Categories: ଜାତୀୟ

‘ଦର୍‌ଦାମ୍‌ ବୃଦ୍ଧି, ବେକାରୀ ସମସ୍ୟା ପାଇଁ ମୋଦି ନୁହେଁ, ମୋଗଲ ସମ୍ରାଟ ଦାୟୀ’

ନୂଆଦିଲ୍ଲୀ ,୫।୭:ଏଆଇଏମଆଇଏମ ମୁଖ୍ୟ ତଥା  ଏମ୍‌ପି ଅସାଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ଦର୍‌ଦାମ୍‌ ବୃଦ୍ଧି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ  ସେ ତାତ୍ସଲ୍ୟ କରି କହିଛନ୍ତି, ଦେଶରେ ଦର୍‌ଦାମ୍‌ ବୃଦ୍ଧି, ବେକାରୀ ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ମୋଗଲ ଦାୟୀ।

ସୂଚନାଯୋଗ୍ୟ, ଦେଶର ସବୁ ସମସ୍ୟା ପାଇଁ ମୋଦି ସରକାର ମୁସଲମାନଙ୍କୁ ଦାୟୀ କରୁଥିବା କହି ଓଓ୍ବାଇସି ଏହା ଉପରେ ନିଜ ମତ ରଖିଛନ୍ତି। ଏଆଇଏମଆଇଏମ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ଓଓ୍ବାଇସି କହିଛନ୍ତି, ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି, ଦରଦାମ ବୃଦ୍ଧି ଘଟୁଛି, ପେଟ୍ରୋଲ-ଡିଜେଲ ଶହେ ଟଙ୍କାରୁ ଅଧିକ ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ମୋଗଲ ସମ୍ରାଟ ଔରଙ୍ଗଜେବ ହିଁ ଦାୟୀ। ଯୁବକଙ୍କ ପାଇଁ କୌଣସି କାମ ନାହିଁ, ଏଥିପାଇଁ ସମ୍ରାଟ ଆକବର ଦାୟୀ । ତାଜମହଲର ନିର୍ମାଣ ପାଇଁ ପେଟ୍ରୋଲ ଲିଟର ୧୧୫ ଟଙ୍କା ହୋଇଛି। ଯଦି ତାଜମହଲ ନିର୍ମାଣ ହୋଇ ନ ଥାନ୍ତା, ତେବେ ଆଜି ୪୦ ଟଙ୍କାରେ ପେଟ୍ରୋଲ ମିଳିଥାନ୍ତା। ସେହି ଅର୍ଥ ସଞ୍ଚୟ କରି ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବା ଉଚିତ ଥିଲା। ଭାରତରେ କ’ଣ କେବଳ ମୋଗଲମାନେ ଶାସନ କରୁଥିଲେ। ତାଙ୍କ ପୂର୍ବରୁ ଅଶୋକ, ଚନ୍ଦ୍ରଗୁପ୍ତ ବି ଏହି ଦେଶକୁ ଶାସନ କରୁଥିଲେ। କିନ୍ତୁ ଭାଜପାକୁ ଗୋଟିଏ ଆଖିରେ ମୋଗଲ ଓ ଅନ୍ୟ ଆଖିରେ ପାକିସ୍ତାନ ଦେଖାଯାଉଛି। ଆମକୁ କିନ୍ତୁ ମୋଗଲଠୁ କିଛି ନେବାର ନାହିଁ କି ପାକିସ୍ତାନ ସହ କିଛି ସମ୍ପର୍କ ନାହିଁ। ଆମର ଜିନ୍ନାଙ୍କ ସହ ବି କିଛି ସମ୍ପର୍କ ନାହିଁ । ଭାରତ ଆମ ଜନ୍ମଭୂମି। ବଞ୍ଚିବୁ ଏବଂ ମରିବୁ ଏଇଠି। ଭାରତକୁ ଛାଡି କୁଆଡେ ଯିବାର ପ୍ରଶ୍ନ ଉଠୁନି ବୋଲି ଓଓ୍ବାଇସି କହିଛନ୍ତି।

 

Share