Categories: ଜାତୀୟ

ଅସଦୁଦ୍ଦିନଙ୍କ ଗାଡି ଉପରକୁ ଗୁଳିମାଡ ଘଟଣାରେ ୨ ଗିରଫ

ନୂଆଦିଲ୍ଲୀ,୪ ।୨: ଗୁରୁବାର ସନ୍ଧ୍ୟାରେ ଏଆଇଏମ୍‌ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇଇସି ଯେତେବେଳେ ଏକ ନିର୍ବାଚନ ପ୍ରଚାର ସାରି ମିରଠରୁ ଦିଲ୍ଲୀ ଫେରୁଥିଲେ ସେତେବେଳେ ତାଙ୍କ ଗାଡି ଉପରକୁ କେହି ଦୁର୍ବୁତ୍ତ ୩-୪ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଖବର ଗୁରୁବାର ସନ୍ଧ୍ୟାରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଓୱାଇଇସିଙ୍କ ଗାଡି ଜାତୀୟ ରାଜପଥ ୨୪ରେ ହାପୁଡ-ଗାଜିଆବାଦର ଛିଜାରସି ଟୋଲ ଗେଟ ଅତିକ୍ରମ କରିବା ପାଇଁ ଛିଡା ହୋଇଥିବା ବେଳେ ତାଙ୍କ ଗାଡି ଉପରକୁ ଫାୟରିଂ କରାଯାଇଥିଲା । ଏହା ତାଙ୍କ ଗାଡିର ଡୋରରେ ବାଜିଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହାର କରାଯାଇଥିବା ବନ୍ଧୁକ ଜବତ କରାଯାଇଛି ।

Share