Categories: ଜାତୀୟ

‘ଦେଶର ପ୍ରଥମ ଆତଙ୍କବାଦୀ ନାଥୁରାମ ଗଡସେ…’: ରାମନବମୀ ଶୋଭାଯାତ୍ରାରେ ଗଡସେଙ୍କ ଫଟୋକୁ ନେଇ କହିଲେ ଓଓ୍ବାଇସି

ନୂଆଦିଲ୍ଲୀ,୮।୪: ରାମ ନବମୀରେ ଗୋଟିଏ ପଟେ ବିହାର ଓ ପଶ୍ଚିମବଙ୍ଗରେ ହିଂସା ହୋଇଥିବା ବେଳେ ହାଇଦ୍ରାବାଦରେ ରାମନବମୀ ଶୋଭାଯାତ୍ରାରେ ଲୋକେ ନାଥୁରାମ ଗଡସେଙ୍କ ଫଟୋ ଧରି ନାଚୁଥିବା ଦେଖାଯାଇଥିଲା। ଏହି ଘଟଣାକୁ ନେଇ ଏବେ ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ପ୍ରତିକିୟା ସାମ୍ନାକୁ ଆସିଛି।

ଅସଦୁଦ୍ଦିନ ଓଓ୍ବାଇସି ଦେଶର ପ୍ରଥମ ଆତଙ୍କବାଦୀ ଥିଲେ ଓ ଏମାନେ କିଏ ଯେଉଁମାନେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ଫଟୋ ନେଇ ନାଚୁଥିଲେ। ଓଓ୍ବାଇସି କହିଛନ୍ତି, ଯଦି କେହି ଓସାମା ବିନ ଲାଦେନଙ୍କ ଫଟୋ ନେଇ ଏମିତି କରିଥାଆନ୍ତେ ତେବେ କୁହାଯାଇଥାଆନ୍ତି କି ହାଇଦ୍ରାବାଦ ଆତଙ୍କବାଦୀଙ୍କ ଆଡ୍ଡା ପାଲଟି ଯାଇଛି ଓ ପୋଲିସ ଘରର କବାଟ ଭାଙ୍ଗି ଦେଇଥାଆନ୍ତା। ହେଲେ ଏବେ ଚୁପ କାହିଁ ବୋଲି ଓଓ୍ବାଇସି ପ୍ରଶ୍ନ କରିଛନ୍ତି।
ତେବେ ରାମ ନବମୀ ଶୋଭାଯାତ୍ରାରେ ନାଥୁରାମ ଗଡସେଙ୍କ ଫଟୋକୁ ନେଇ ନାଚିବା ଘଟଣାକୁ ନେଇ ଓଓ୍ବାଇସି କହିଛନ୍ତି, ଗଡସେ ଦେଶର ପ୍ରଥମ ଆତଙ୍କବାଦୀ ହୋଇଥିବା ବେଳେ ମାହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଥିଲେ। ଏଭଳି ଘଟଣାକୁ ନେଇ ଓଓ୍ବାଇସି ହାଇଦ୍ରାବାଦ ପୋଲିସର କଡା ନିନ୍ଦା କରିଛନ୍ତି।

Share