Categories: ଜାତୀୟ

‘ମୁଁ ମୋଗଲଙ୍କୁ ଭଲପାଏ ନାହିଁ’,ଓଓ୍ବାଇସି କହିଲେ ଲାଗୁଛି ଯେମିତି ଲାଲକିଲା ମୋଦି ନିର୍ମାଣ କରିଛନ୍ତି

ନୂଆଦିଲ୍ଲୀ,୧୨।୬: ଔରଙ୍ଗଜେବ ଓ ଟିପୁ ସୁଲତାନଙ୍କୁ ନେଇ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଅଲ ଇଣ୍ଡିଆ ମଜଲିସ ଏ ଇନ୍ତେହାଦୁଲ ମୁସଲିମନ(ଏଆଇଏମଆଇଏମ) ନେତା ତଥା ଏମପି ଅସଦୁଦ୍ଦିନ ଓଓ୍ବାଇସି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓୱାଇସି କହିଛନ୍ତି ଯେ ଭାରତରେ ଇତିହାସ ପରିବର୍ତ୍ତନ ପାଇଁ ପ୍ରୟାସ କରାଯାଉଛି। ମୁଁ ମୋଗଲମାନଙ୍କୁ ଭଲ ପାଏ ନାହିଁ କିନ୍ତୁ ଇତିହାସ ବଦଳାଯାଉଛି। ଲାଗୁଛି ଯେପରି ଲାଲକିଲା ମୋଦିଙ୍କ ଦ୍ୱାରା ନିର୍ମିିତ ହୋଇଛି।

ଓୱାଇସି ଆହୁରି କହିଛନ୍ତି, ଯଦି ଆଜି ଟିପୁ ସୁଲତାନଙ୍କ ଛବି ଅଛି, ତେବେ ଆପଣଙ୍କ ବିରୋଧରେ ମାମଲା ଦାୟର ହେବ। ସମାନ ଟିପୁ ସୁଲତାନଙ୍କ ଚିତ୍ର ଭାରତର ସମ୍ବିଧାନରେ ଅଛି । ଔରଙ୍ଗଜେବଙ୍କ ବିଷୟରେଏଆଇଏମଆଇଏମ ନେତା କହିଛନ୍ତି, ପ୍ରଥମେ ତାଙ୍କ ଫଟୋ ଯାଞ୍ଚ କରନ୍ତୁ। ୩୦୦ବର୍ଷ ପୂର୍ବେ ତାଙ୍କର ପରଲୋକ ହୋଇଥିଲା, ଆମେ କିପରି କହିପାରିବେ ଏହା ତାଙ୍କର ଫଟୋ । ସେ କହିଛନ୍ତି, ବାବ୍ରି ବିରୋଧ ସମୟରେ ସେମାନେ ଆମକୁ ବାବରଙ୍କ ସନ୍ତାନ ବୋଲି କହୁଥିଲେ, ଆଜି ଆମକୁ ଔରଙ୍ଗବେଜଙ୍କ ସନ୍ତାନ ବୋଲି କୁହାଯାଉଛ।

Share