Categories: ଜାତୀୟ

ଜ୍ଞାନବ୍ୟାପୀକୁ ନେଇ ଯୋଗୀ ଦେଇଥିବା ବୟାନ ଅସାମ୍ବିଧାନିକ: ଓଓ୍ବାଇସି

ନୂଆଦିଲ୍ଲୀ,୩୧।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ମସଜିଦକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ଏହାରି ଭିତରେ ଯୋଗୀ ଆଦିତ୍ୟନାଥ ପ୍ରଶ୍ନ ବି କରିଛନ୍ତି କି ସେଠାରେ ତ୍ରିଶୂଳ କ’ଣ କରୁଛି। ଏବେ ଏହା ଉପରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ଜବାବ ରଖିଛନ୍ତି। ସେ ଅଭିଯୋଗ କରିଛନ୍ତି କି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାଂମ୍ପ୍ରଦାୟିକତା ବଢାଉଛନ୍ତି। ଓଓ୍ବାଇସି ଯୋଗୀଙ୍କ ଏହି ବୟାନକୁ ସମ୍ବିଧାନ ବିରୋଧୀ ଓ ବିବାଦୀୟ ବୋଲି କହିଛନ୍ତି।

ଯୋଗୀ ଆଦିତ୍ୟନାଥଙ୍କ ଜ୍ଞାନବ୍ୟାପୀ ବୟାନ ସମ୍ପର୍କରେ ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ଯୋଗୀ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି, ଏହା ସମ୍ବିଧାନର ବିରୋଧୀ। ମୁଖ୍ୟମନ୍ତ୍ରୀ ଆଇନ ପାଳନ କରିବା ଉଚିତ, ସେ ମୁସଲମାନମାନଙ୍କ ଉପରେ ଚାପ ପକାଉଛନ୍ତି। ମୁସଲମାନ ଦଳ ଏହାକୁ ନେଇ ହାଇକୋର୍ଟରେ ଅଛନ୍ତି। ଏହି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆସିବ। ସେମାନେ ସାମ୍ପ୍ରଦାୟିକତା ବିସ୍ତାର କରୁଛନ୍ତି, ତାଙ୍କର ଇଚ୍ଛା ହେବ ତ ବୁଲଡୋଜର ଚଲାଇଦେବେ।

Share