Categories: ଜାତୀୟ

ବିଆରଏସ୍‌ ଏମ୍‌ପିଙ୍କ ଉପରେ ଆକମ୍ରଣକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଓୱାଇସି

ନୂଆଦିଲ୍ଲୀ,୩୦।୧୦: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ଏମ୍‌ପି କେ. ପ୍ରଭାକର ରେଡ୍ଡୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବୟାନବାଜି ଜାରି ରହିଛି। ଏହି ସମୟରେ ଅଲ ଇଣ୍ଡିଆ ମଜଲିସ-ଇ-ମୁସଲିମିନ(ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସୋମବାର ଅଭିଯୋଗ କରିଛନ୍ତି, ଏହା ପଛରେ କଂଗ୍ରେସ ଏବଂ ଆରଏସଏସ ଅଛନ୍ତି।

ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓୱାଇସି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ସାମ୍ନାରେ ପ୍ରେମର ଦୋକାନ ଏବଂ ପଛରେ ଅପମାନ। କଂଗ୍ରେସ ଏବଂ ଆରଏସଏସର ଲୋକଙ୍କ ପ୍ରଭାକର ରେଡ୍ଡୀଙ୍କୁ ଭୟଭୀତ କରିବାର ପ୍ରୟାସ ଏକ ନିନ୍ଦନୀୟ ପ୍ରୟାସ।

ଓୱାଇସି ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ, ୧୯୮୪ ଶିଖ ବିରୋଧୀ ହତ୍ୟାକାଣ୍ଡର ଏକ ଦୁର୍ଭାଗ୍ୟଜନକ ସ୍ମୃତି ଯାହା କଂଗ୍ରେସ ଶାସନ ସମୟରେ ଅକ୍ଟୋବର ୩୧ରେ ଆରମ୍ଭ ହୋଇଥିଲା। ମୋର ଶୁଭେଚ୍ଛା ରେଡ୍ଡି ସାହେବଙ୍କ ସହିତ ଅଛି। ଆଶା କରୁଛି ସେ ଶୀଘ୍ର ଫେରି ଆସିବେ। ସୂଚନାଯୋଗ୍ୟ, ପ୍ରଭାକର ରେଡ୍ଡୀଙ୍କ ଉପରେ ପ୍ରଚାର ସମୟରେ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Share