Categories: ଜାତୀୟ

‘ଭାରତରେ ମୁସଲମାନ ସୁରକ୍ଷିତ ଏହା କହିବାକୁ ଭାଗବତ କିଏ’, ଆରଏସଏସ ମୁଖ୍ୟଙ୍କ ବୟାନକୁ ନେଇ ଗର୍ଜିଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୩।୬: ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ଖୁବ ଗର୍ଜିଛନ୍ତି। ଏମପି ଓଓ୍ବାଇସି ଆମେରିକାରେ ସୋମବାର ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି କି, ବାରମ୍ବାର ଯାହା ଆରଏସଏସ ପକ୍ଷରୁ କୁହାଯାଉଛି କି ଭାରତରେ ମୁସଲମାନ ସୁରକ୍ଷିତ, ଏହା କହିବାକୁ ଆପଣ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ଓୱାଇସି କହିଛନ୍ତି, ଏହା ହେଉଛି ସମ୍ବିଧାନ। ଯଦି ସମ୍ବିଧାନ ଅଛି ତେବେ ଆମେ ସୁରକ୍ଷିତ। ସେ ଆହୁରି କହିଛନ୍ତି, ତୁମେ ଆମକୁ ଆକ୍ରମଣକାରୀ ବୋଲି କହୁଛ। ଯଦି ଆକ୍ରମଣକାରୀ ଅଛନ୍ତି ତେବେ ସେମାନେ ଆର୍ଯ୍ୟ ଅଟନ୍ତି । ଯଦି ଏହି ଦେଶ କାହାର ଅଟେ ତେବେ ଏହା ଆଦିବାସୀ ଏବଂ ଦ୍ରାବିଡ଼ମାନଙ୍କର। ଆନ୍ଥ୍ରୋପୋଲୋଜିଷ୍ଟମାନେ ଏହା ନିଶ୍ଚିତ କରିଛନ୍ତି। ବାଲ ଗଙ୍ଗାଧର ତିଲକ ନିଜେ କହିଛନ୍ତି ଯେ ଆମେ ବ୍ରାହ୍ମଣମାନେ ଆର୍କଟିକାରୁ ଆସିଛୁ।
ଏଆଇଏମଆଇଏମ ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବୟାନର କିଛି ଅଂଶ ଦେଖାଯାଇଛି। ଭିଡିଓରେ ମୋହନ ଭଗବତ କହିଛନ୍ତି, ‘ଇସଲାମ ସମଗ୍ର ବିଶ୍ୱ ଉପରେ ଆକ୍ରମଣ କରିଥିଲା। ସ୍ପେନରୁ ମୋଙ୍ଗୋଲିଆ ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲେ। ଧିରେ ଧିରେ ସେଠାରେ ଥିବା ଲୋକମାନେ ଜାଗ୍ରତ ହେଲେ, ସେମାନେ ଆକ୍ରମଣକାରୀଙ୍କୁ ପରାସ୍ତ କଲେ ଏବଂ ଇସଲାମ ଏହାର କାର୍ଯ୍ୟକଳାପରେ ସଂକୁଚିତ ହେଲା ।
ମୋହନ ଭାଗବତ ଆହୁରି ମଧ୍ୟ କହିଛନ୍ତି ସମସ୍ତେ ବଦଳି ଯାଇଛନ୍ତି। ବର୍ତ୍ତମାନ ବିଦେଶୀମାନେ ଏଠାରୁ ଯାଇଛନ୍ତି, କିନ୍ତୁ ଇସଲାମର ଉପାସନା ଏଠାରେ ନିରାପଦରେ ଚାଲିଛି।

Share