Categories: ଜାତୀୟ

ଦରକାର ନାହିଁ ଜେଡ ସୁରକ୍ଷା: ଅସଦୁଦ୍ଦିନ

ନୂଆଦିଲ୍ଲୀ,୪ ।୨: ଏଆଇଏମଆଇଏମ୍ ଅଧ୍ୟକ୍ଷ ଓ ଏମ୍‌ପି ଅସଦୁଦ୍ଦିନ ଓୱାଇଇସି ଉତ୍ତର ପ୍ରଦେଶର ହାପୁଡରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଶୁକ୍ରବାର ଲୋକ ସଭାରେ ବୟାନ ଦେଇଛନ୍ତି । ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି କି ଦେଶର ଏକ ବର୍ଗ ର‌୍ୟାଡିକଲାଇଜେଶନ(ଚରମପନ୍ଥ) ଆଡକୁ ବଢୁଛି । କେବଳ ଏତିକି ନୁହେଁ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜେଡ ସିକ୍ୟୁରିଟିକୁ ନେବାକୁ ବି ମନା କରି ଦେଇଛନ୍ତି । ସେ କହିଛନ୍ତି ମୋତେ ଗୁଳି ବାଜିଲେ ମୁଁ ସହିନେବି ହେଲେ ସୁରକ୍ଷା ଭିତରେ ମୁଁ ବଞ୍ଚିବାକୁ ଚାହେଁନା ।
ଅସଦୁଦ୍ଦିନ ଲୋକ ସଭା ଅଧ୍ୟକ୍ଷଙ୍କ ଜରିଆରେ ସରକାରଙ୍କୁ ଅପିଲ କରିଛନ୍ତି ଯେ ମୋ ସହ ଯେଉଁ ଘଟଣା ଘଟିଲା ସେଥିରେ ସରକାରଙ୍କର କ୍ଷତି ହେବ । ଏଭଳି ଲୋକଙ୍କ ପାଇଁ ଆତଙ୍କ-ରୋଧି(ୟୁଏପିଏ) କାହିଁକି ଲାଗୁ କରାଯାଉ ନାହିଁ । ଯଦି କ୍ରିକେଟ ମ୍ୟାଚରେ କେହି ପାକିସ୍ତାନକୁ ପ୍ରଶଂସା କରୁଛନ୍ତି ତାଙ୍କ ଉପରେ ୟୁଏପିଏ ଲାଗୁଛି । ହେଲେ ଏମପି ଉପରକୁ ଗୁଳି କରିଥିବା ଲୋକଙ୍କ ଉପରେ ଏହା ଲାଗୁ କରାଯାଉ ନାହିଁ । ।

Share