Categories: ଜାତୀୟ

ଓଓ୍ବାଇସିଙ୍କ ଘରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୨୨।୯: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଦିଲ୍ଲୀର ଅଶୋକା ରୋଡ୍‌ସ୍ଥିତ ବାସଭବନରେ ଭଙ୍ଗାରୁଜା କରିଛନ୍ତି ହିନ୍ଦୁ ସେନାର ୫ ସଦସ୍ୟ। ପଚରାଉଚୁରା କରାଯିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ନ୍ୟୁ ଦିଲ୍ଲୀ ଜିଲାର ଡିସିପି ଦୀପକ ଯାଦବ ଏହା ସ୍ପଷ୍ଟ କରିଛନ୍ତି।

ଓଓ୍ବାଇସିଙ୍କ ଦିଲ୍ଲୀ ବାସଭବନରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରୁଥିବା ପିସିଆର୍‌ଠାରୁ ସୂଚନା ପାଇବା ପରେ ଆମେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲୁ। ଦୁର୍ବୃ୍‌ତ୍ତମାନେ ଓଓ୍ବାଇସିଙ୍କ ବାସଭବନର ଗେଟ୍‌ ଓ ଝରକା ଭାଙ୍ଗି ଦେଇଛନ୍ତି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share