Categories: ଜାତୀୟ

ଆଇସିୟୁରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର,୬।୫: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନାବାଳିକା ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମଙ୍କୁ କିଛିଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ପରେ ସେ ଜେଲରେ ଚିକିତ୍ସିତ ହେଉଥିଲେ। ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଯୋଧପୁର ଜେଲରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମଙ୍କ ସହ ଅନ୍ୟ ୧୨ ଜଣ ଅନ୍ତେବାସୀଙ୍କ କରୋନା ସଂକ୍ରମିତ ହୋଇଥିଲେ।

Share