Categories: ବାଣିଜ୍ୟ

ଏଏସ୍‌ବିଏମ୍‌ର ବାର୍ଷିକ ଉତ୍ସବ ‘ପ୍ରେରଣା’

ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ‘ପ୍ରେରଣା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଶିକ୍ଷା ସହ ସମାନ୍ତରାଳ ଭାବେ ସାମାଜିକ ଚିନ୍ତନ ଓ ମୂଲ୍ୟବୋଧର ସମନ୍ବୟ ଘଟିଲେ ବିଦ୍ୟାର୍ଥୀର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇଥାଏ। ଏଥିଲାଗି ବିଦ୍ୟାର୍ଥୀମାନଙ୍କ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନାନାଦି ପ୍ରାସଙ୍ଗିକ ବିଷୟବସ୍ତୁ ଯଥା ତର୍କ ଓ ବକ୍ତୃତା, ପ୍ରବନ୍ଧ ରଚନା, ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଛବି ଉତ୍ତୋଳନ ଓ କ୍ରୀଡ଼ା ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ ା ଏପରିକି ଚଳିତ ବର୍ଷର କୃତୀ ପ୍ରତିଯୋଗୀମାନଙ୍କୁ ସ୍ବୀକୃତି ପ୍ରଦାନ ନିମନ୍ତେ ତଥା ଅନ୍ୟ ଛାତ୍ରୀଛାତ୍ରମାନଙ୍କୁ ପ୍ରୋସତ୍ାହିତ କରିବା ଲାଗି ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପ୍ରେରଣା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ଗଭୀର ଅଧ୍ୟବସାୟ ସହ କର୍ତ୍ତବ୍ୟପରାୟଣ ଓ ପରିଶ୍ରମୀ ହେବା ଲାଗି ପରାମର୍ଶ ଦେଇଥିଲେ। ପରିଶେଷରେ ମେୟର ବିଭିନ୍ନ ବର୍ଗର ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସେହିଭଳି ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର ଡ. ବିଶ୍ୱଜିତ ପଟ୍ଟନାୟକ ଅଧ୍ୟକ୍ଷୀୟ ଭାଷଣ ପ୍ରଦାନ ସହ ନିଷ୍ଠା ଓ ନିରବଚ୍ଛିନ୍ନ ସାଧନା ନିଜକୁ ଅନ୍ୟଠାରୁ ପୃଥକ୍‌ କରିଥାଏ ଓ ସମାଜର ସମସ୍ତ ଆବେଗ ଓ ଆହ୍ବାନକୁ ଫଳବତି କରିପାରେ ବୋଲି ପଟ୍ଟନାୟକ ମତପ୍ରକାଶ କରିଥିଲେ। ଅପରପକ୍ଷରେ ଅନୁଷ୍ଠାନର ପ୍ରିନ୍ସିପାଲ ଡାଇରେକ୍ଟର ପ୍ରଫେସର ଡ. ସ୍ମାରକୀ ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସ୍‌ର ଡ. ରଞ୍ଜନ କୁମାର ବଳ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ଷ୍ଟୁଡେଣ୍ଟ ଆଫେୟାର୍ସ ସହାୟକ ଡିନ୍‌ ପ୍ରଫେସର ଅଭିଜିତ୍‌ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

Share