ମହାନଦୀକୁ ପ୍ରଦୂଷିତ କରୁଛି ଆଶ୍‌ପଣ୍ଡରୁ ନିର୍ଗତ ପାଉଁଶ ପାଣି

ଲଖନପୁର,୧୨।୪(ଗୌତମ ସାହୁ): ପଡ଼ୋଶୀ ଛତିଶଗଡ଼ରେ ସ୍ଥାପିତ ଅନେକ କଳକାରଖାନା ବିଭିନ୍ନ ଉପାୟରେ ମହାନଦୀକୁ ପ୍ରଦୂଷିତ କରୁଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ ଜିରୋ ପଏଣ୍ଟରେ ସ୍ଥାପିତ ହୋଇଛି ପଡ଼ୋଶୀ ଛତିଶଗଡ଼ ରାଇଗଡ଼ ଜିଲା ଏନ୍‌ଟିପିସି। ଏନ୍‌ଟିପିସି ଲରା ୧୬ଶହ ମେଗାୱାଟ ବିଜୁଳି ଉତ୍ପାଦନ ପାଇଁ ପ୍ରାୟ ୬ଟି ବୃହତ କାୟ ଆଶ୍‌ପଣ୍ଡ ନିର୍ମାଣ କରିଛି। ଯାହାକି ଓଡ଼ିଶା ସୀମା ଜିରୋ ପଏଣ୍ଟରେ ରହିଛି। ଏହି ଆସପଣ୍ଡରୁ ନିର୍ଗତ ପାଉଁଶ ପାଣି ଆସପଣ୍ଡକୁ ଲାଗି ରହିଥିବା ସୁଖାନରା ନାଳ ଦେଇ ପାଖାପାଖି ୫୦୦ମିଟର ଦୂରରେ ଥିବା ସୀମାନ୍ତ ଅଞ୍ଚଳର ଜୀବନ ରେଖା କେଲୋ ନଦୀରେ ଅମାପାଲିସ୍ଥିତ ଗାଧୁଆ ଘାଟ ମୁହାଣରେ ମିଶି କୁସମେଲ ନିକଟର ମହାନଦୀ ମୁହାଣରେ ଓଡ଼ିଶାର ଜୀବନରେଖା ମହାନଦୀରେ ମିଶୁଛି। ଏହି ପ୍ରଦୂଷିତ ଆସ ପାଣି ଉଭୟ କେଲୋ ନଦୀ ଓ ମହାନଦୀରେ ମିଶିବାରୁ ଏହି ନଦୀ ଦ୍ବୟ ସ୍ବଚ୍ଛ ପାଣି ଗୋଳିଆ ହେବା ସାଙ୍ଗକୁ ବିଭିନ୍ନ ପ୍ରଜାତିର ମାଛ ପ୍ରାୟ ବିଲୁପ୍ତ ହେବାକୁ ବସିଲେଣି ବୋଲି ସ୍ଥାନୀୟ ମଷ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ଏହି ଆସପଣ୍ଡ ଭାଙ୍ଗି ଥିବା ନଜିର ରହିଛି। ନଦୀ ନାଳରୁ ବେଶ ଦୂରରେ ଆସପଣ୍ଡ ନିର୍ମାଣ ହେବା ବଦଳରେ କିଭଳି ଭାବେ କେଲୋ ନଦୀରୁ ଅଳ୍ପ ଦୂରରେ ଆସପଣ୍ଡ ନିର୍ମାଣ ହୋଇଛି ବୋଲି ଅଞ୍ଚଳ ବୁଦ୍ଧୀଜୀବୀମାନେ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ମାତ୍ରାଧିକ ଜିଲାକୁ ମହାନଦୀ ବିଶୁଦ୍ଧ ପାନୀୟଜଳ ଯୋଗାଇଥିବା ବେଳେ ଉପର ମୁଣ୍ଡରେ ଥିବା ଏହି ବୃହତ ପ୍ରକଳ୍ପ ଯୋଗୁ ଆଗାମୀ ଦିନରେ ଜୀବନରେଖା ମହାନଦୀ ତାର ଅସ୍ତିତ୍ୱ ହରାଇବ ବୋଲି ଶଙ୍କା ଦେଖା ଦେଇଛି। ଜିଲା ସଦର ମହକୁମା ଏହି ସୀମାନ୍ତ ଅଞ୍ଚଳରୁ ଦୂରତା ପ୍ରାୟ ୮୦ କିଲୋମିଟରରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏହି ସବୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ନିଯୁକ୍ତ କର୍ମଚାରୀଙ୍କ ଏଭଳି ସମସ୍ୟା ପ୍ରତି ନଜର ପଡୁ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ସମସ୍ୟା ସ୍ଥାୟୀ ସମାଧାନ କରିବା ସହିତ ପ୍ରଦୂଷଣ କରୁଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳର ପରିବେଶ ପ୍ରେମମାନେ ଦାବି କରିଛନ୍ତି। ଝାରସୁଗୁଡ଼ା ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ପୂର୍ବରୁ ମଧ୍ୟ ଏହା ଉପରେ ଅଭିଯୋଗ ହୋଇଛି। ଆମେ ଏନ୍‌ଟିପିସି ଲରାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲୁ ଓ ପୁଣି ଜାରି କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାରତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

ଛାତ୍ରୀଛାତ୍ର ପାଳିଲେ ଧରିତ୍ରୀ ଦିବସ: ପ୍ଲାଷ୍ଟିକମୁକ୍ତ ପରିବେଶକୁ ଗୁରୁତ୍ବ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର...

ରଶି ଲଗାଇ ଜୀବନ ହାରିଲେ ନାବାଳିକା: ଗର୍ଭବତୀ ଥିବା ସନ୍ଦେହ

ପଡିଆ,୨୪ା୪ (ଭାସ୍କର ରାଓ): ରଶି ଲଗାଇ ଜଣେ ନାବାଳିକା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏମଭି ୭୯...

ବିନା ଅନୁମତିରେ ଗଛ କଟାକୁ ନେଇ ଅସନ୍ତୋଷ

ନନ୍ଦପୁର,୨୪ା୪(ତୁଷାର କାନ୍ତ ମହାନ୍ତି)- ନନ୍ଦପୁର-ଲମତାପୁଟ ପୂର୍ତ୍ତବିଭାଗ ରାସ୍ତା କଡ଼ରୁ ବିନା ଅନୁମତିରେ ଗଛ କଟାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବନମାଳୀପୁଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image