ଆଶାକର୍ମୀ ସଂଘର ୯ ଦଫା ଦାବିପତ୍ର: ମାସିକ ଭତ୍ତା ୧୮ହଜାର ଟଙ୍କା କରାଯାଉ ବୃଦ୍ଧି

କର୍ଲାମୁଣ୍ଡା,୨୪ା୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆଶାକର୍ମୀ ସଂଘ ପକ୍ଷରୁ ସୋମବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଆଶିଷ କୁମାର ଧରୁଆଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ ଆଶା କର୍ମୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା, ମାସିକ ଭତ୍ତା ୧୮ହଜାର ଟଙ୍କା ପ୍ରଦାନ, ଅବସରକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି, ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ୫ ଲକ୍ଷ ଟଙ୍କା, ଅଭିଜ୍ଞତାକୁ ବିଚାର କରି ଆଇସିଡିଏସ୍‌ କର୍ମୀ ଭାବେ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ଅନ୍ୟତମ।

ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ଆଶାକର୍ମୀ ସଂଘ ସଭାନେତ୍ରୀ ବବିତା ସାହୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ତେବେ ଆଶା କର୍ମୀମାନେ ୨ ମାସ ହେଲା ମାସିକ ପ୍ରୋତ୍ସାହନ ରାଶି ପାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋକା ଦେଉଛି କମ୍ପାନୀ: ହକ୍‌ ପାଇଁ ପୁଣି ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଶ୍ରମିକ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀର ଶ୍ରମିକମାନେ ପୁଣି ସେମାନଙ୍କ ହକ୍‌ ନିମନ୍ତେ ଗଞ୍ଜାମ ଜିଲାପ୍ରଶାସନର...

ରୋଗୀଙ୍କୁ ଧରି ଆସୁଥିବା ବେଳେ ଓଲଟି ପଡ଼ିଲା ୧୦୮ ଆମ୍ବୁଲାନ୍ସ, ଆଉ ତା’ପରେ…

ବୋଡ଼େନ,୨୭ା୩(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ଖଡିଆଳ-ବୋଡ଼େନ ମୁଖ୍ୟ ରାସ୍ତାରେ ଗୁରୁବାର ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଳିଥିବା ସୂଚନା ମୁତାବକ, ଏକ ୧୦୮ ଆମ୍ବୁଲାନ୍ସ...

‘ଉତ୍ତମ ଶିକ୍ଷା ପାଇଲେ ପିଲାମାନେ ଭବିଷ୍ୟତରେ ଭଲ ମଣିଷ ହୋଇପାରିବେ’

ଅମରପାଲି,୨୭ା୩(ପୀତାମ୍ବର ସାହୁ): ଶିକ୍ଷା ସମସ୍ତଙ୍କ ପାଇଁ ଆବଶ୍ୟକୀୟ। ମାତ୍ର ଉତ୍ତମ ଶିକ୍ଷା ପାଇଲେ ପିଲାମାନେ ଭବିଷ୍ୟତରେ ଭଲ ମଣିଷ ହେବାର ଅଧିକ ସମ୍ଭାବନା ରହିଥାଏ। କୁଶିକ୍ଷା...

ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ପାଟଣା,୨୭ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ଷ୍ଟାଡିୟମ ନିର୍ମାଣ ଖୁବ୍‌ ଶୀଘ୍ର ସାରିବା ଦାବିରେ ଗୁରୁବାର ସ୍ଥାନୀୟ ଖେଳାଳି ଓ ବୁଦ୍ଧିଜୀବୀ ବିକ୍ଷୋଭ...

ଋଷିକୂଲ୍ୟାରେ ମହାବାରୁଣୀ ସ୍ନାନ, ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରଦ୍ଧାଳୁ…

ପୁରୁଷୋତ୍ତମପୁର,୨୭ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ଗୁରୁବାର...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ମାପଚୁପରେ ସୀମିତ ରହିଯିବନି ତ ଉଚ୍ଛେଦ !

ବରଗଡ, ୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚେତାବନୀ ଦେବା ପରେ ପୌର...

ଟିକରପଡାରେ ୧୮ଟିକିଆ ହାତୀ, ଦଳିଦେଲେ ବଇତାଳୁ ଫସଲ

କେନ୍ଦୁଝର,୨୭।୩ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବନାଞ୍ଚଳ ଅଞ୍ଚଳରେ ୧୮ଟିକିଆ ହାତୀପୋଲ ଆତଙ୍କ ଖେଳାଇ ଚାଲିଛନ୍ତି। ଗତକାଲି ସଂଧ୍ୟାରେ ସଲରାପଣ୍ଠ ଜଙ୍ଗଲରୁ ବାହାରି...

ବିବାହ କାର୍ଡ ବାଣ୍ଟିବାକୁ ଯାଇଥିଲେ ଯୁବକ, ଚାପିଦେଲା ଟ୍ରକ୍‌

ସଇଁନ୍ତଳା,୨୭ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ଥାନା ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image