ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ,୨୭।୯: ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଆଶା ଜୀଙ୍କୁ ଏହି ସମ୍ମାନ ଦିଆଯିବ। ୬୦ ଏବଂ ୭୦ ଦଶକରେ ଆଶା ପାରେଖ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିଲେ। ୧୯୯୨ରେ ତାଙ୍କୁ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।
୭୯ ବର୍ଷିୟା ଆଶା ପାରେଖ ‘ଦିଲ ଦେକେ ଦେଖୋ’, ‘କଟି ପତଙ୍ଗ’, ‘ତିଶ୍‌ରି ମଞ୍ଜିଲ’ ଭଳି ସୁପରହିଟ ଫିଲ୍ମରେ କାମ କରିଛନ୍ତି। ନିର୍ମାତା ଏବଂ ନିର୍ଦ୍ଦେଶକ ଭାବରେ ତାଙ୍କର କାର୍ଯ୍ୟ ମଧ୍ୟ ଅତୁଳନୀୟ। ଭାରତୀୟ ସିନେମାରେ ଦାଦାସାହେବ ଫାଲକେ ପୁରସ୍କାରକୁ ସର୍ବୋଚ୍ଚ ସମ୍ମାନ ଭାବେ ଧରାଯାଏ।

Share