‘ବଲିଉଡ୍‌ରେ କାହିଁକି କେହି ବନ୍ଧୁ ନାହାନ୍ତି ବୋଲି କଙ୍ଗନାଙ୍କୁ ପଚାର’

ବମ୍ବେ: ନିଜର ରୋକଠୋକ କଥାକୁ ନେଇ ବିବାଦରେ ଅନେକ ବାର ଛନ୍ଦି ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ନୂଆ ଫିଲ୍ମ ରିଲିଜ ହେଉ ଅଥବା ବଲିଉଡର ଅନ୍ୟ କଳାକାରଙ୍କୁ ସେ ଟିପ୍ପଣୀ ଦେବାକୁ କୁଣ୍ଠାବୋଧ କରି ନ ଥାନ୍ତି। ନିକଟରେ ସେ ବଲିଉଡ୍‌ରେ ବନ୍ଧୁତାକୁ ନେଇ ମତ ରଖିଥିଲେ। କେବଳ ସ୍ବାର୍ଥ ଲାଗି କଳାକାରମାନେ ନକଲି ବନ୍ଧୁ କରିଥାନ୍ତି। ଏବେ ଏହି ଉକ୍ତିକୁ ନେଇ ତାଙ୍କୁ ଜବାବ ଦେଇଛନ୍ତି ଆଶା ପାରେଖ।

ଆଶା ଏକ ସାକ୍ଷାତକାରରେ କଙ୍ଗନାଙ୍କୁ କହିଛନ୍ତି, କେହି ଜଣେ କଙ୍ଗନାଙ୍କୁ ଯାଇ ତାଙ୍କର ବଲିଉଡଜଗତରେ କୌଣସି ବନ୍ଧୁ କାହିଁକି ନାହାନ୍ତିି ବୋଲି ପଚାର। କାରଣ ମୋର ଓ୍ବାହିଦା ରେହମାନ ଏବଂ ହେଲନଙ୍କ ସହ ଭଲ ବନ୍ଧୁତା ରହିଛି। ଉଭୟ ମୋର ଭଲ ବନ୍ଧୁ। ବଲିଉଡରେ ସମସ୍ତ ବନ୍ଧୁତା ସ୍ବାର୍ଥ ଲାଗି ଏବଂ ନକଲି ବୋଲି ମୋତେ ଲାଗୁନାହିଁ ବୋଲି ସେ କହିଛନ୍ତି।

Share