Advertisement
Categories: ଜାତୀୟ

କରୋନା ଟିକା ନେଇ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ

ହାଇଦ୍ରାବାଦ,୨୪।୧: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାର ଏକ ସରକାରୀ ଡାକ୍ତରଖାନାରେ ରବିାର ଜଣେ ଆଶା କର୍ମୀଙ୍କ ମୃତ୍ୟୁ ଘଟିଛି। କୋଭିଡ-୧୯ ଟୀକାକରଣ ପରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସହକର୍ମୀମାନେ ଅଭିଯୋଗ କରିଛନ୍ତି। ଗୁଣ୍ଟୁର ଜିଲାପାଳ ସାମୁଏଲ ଆନନ୍ଦ କହିଛନ୍ତି ଯେ ଆଶା କର୍ମଚାରୀଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ଜଣା ପଡିବ। ଏଥିସହ ସେ କହିଛନ୍ତି ଯେ, ଗତ ୮ ଦିନ ମଧ୍ୟରେ ୧୦,୦୯୯ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯାଇଛି, ଯେଉଁଥିରେ କୌଣସି ପ୍ରତିକୂଳ ପ୍ରଭାବ ପଡି ନାହିଁ। ସରକାରୀ ଜେନେରାଲ ହସ୍ପିଟାଲ (ଜିଜିଏସ)ରେ ଜଣେ ଆଶା କର୍ମଚାରୀଙ୍କ ମୃତ୍ୟୁ ପରେ ଅନ୍ୟ ଆଶା କର୍ମଚାରୀମାନେ ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share