ଜିଲାପାଳଙ୍କ ଅଫିସ ଘେରିଲେ ଆଶାକର୍ମୀ

ବଲାଙ୍ଗୀର ଅଫିସ,୨୭।୨: ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ବଲାଙ୍ଗୀର ଜିଲା କମିଟି ଏବଂ ଏଆଇଟିୟୁସି ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶତାଧିକ ଆଶାକର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲାପାଳ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଆଶାକର୍ମୀଙ୍କୁ ମାସିକ ଭତ୍ତା ସହ ଦରମା ୨୬ ହଜାର ଟଙ୍କା ପ୍ରଦାନ କରାଯିବାକୁ ଦାବି କରାଯାଇଛି। ଏହା ସହିତ ଆଶାକର୍ମୀଙ୍କ ଅବସର ବୟସ ୬୨ ପରିବର୍ତ୍ତେ ୬୫ବର୍ଷକୁ ବୃଦ୍ଧି କରିବାକୁ ଦାବି କରାଯାଇଛି। ଏପରି କି ମୃତ୍ୟୁକାଳୀନ ସହାୟତା ରାଶି ୨ରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜନନୀ ସୁରକ୍ଷା ଯୋଜନା ଅନୁଦାନ ବୃଦ୍ଧି କରି ବେସରକାରୀ ଡାକ୍ତରଖାନାରେ ପ୍ରସବ କଲେ ସହାୟତା ପ୍ରଦାନ ଆଦି ଦାବି କରାଯାଇଛି।

Share