Categories: ଖେଳ

ଅଧରାତିରେ ଏମିତି କାମ କରୁଥିଲେ ଷ୍ଟିଭ୍‌ ସ୍ମିଥ୍‌: ଧରିଦେଲେ ସ୍ତ୍ରୀ

ଆଡିଲେଡ,୧୯।୧୨:ଆଶେସ ସିରିଜରେ ଅଷ୍ଟ୍ରେଲିଆ ଦଳ ଏକ ଭଲ ସ୍ଥିତିରେ ଅଛି। ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ସ୍ଥିତି ମଜଭୁତ ରହିଛି। ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ଆଶେସ ଟେଷ୍ଟରେ ଅଷ୍ଟ୍ରେଲିଆ ୪୭୩ରେ ପ୍ରଥମ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୩୬ ରନ ସ୍କୋର କରିପାରିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୩୭ ରନର ଅଗ୍ରଣୀ ହାସଲ କରିଥିଛି। ଚତୁର୍ଥ ଦିନର ଖେଳ ପୂର୍ବରୁ, ବାକି ଖେଳାଳିମାନେ ଶାନ୍ତିରେ ଶୋଇଥିବାବେଳେ, ହୋଟେଲ ରୁମରେ, ଅଧିନାୟକ ଷ୍ଟିଭ ସ୍ମିଥ ଅନ୍ୟ କିଛି କାର୍ଯ୍ୟରେ ବ୍ୟସ୍ତ ଥିଲେ। ପ୍ୟାଟ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥଙ୍କୁ ଏହି ମ୍ୟାଚରେ ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ଭେଟେରାନ ବ୍ୟାଟ୍ସମ୍ୟାନ ସ୍ମିଥ ମଧ୍ୟରାତ୍ରିରେ ହୋଟେଲ ରୁମ୍‌ରେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖାଯାଇଥିଲା। ତାଙ୍କ ସ୍ତ୍ରୀ ଡାନି ୱିଲିସ ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଛନ୍ତି। ଚତୁର୍ଥ ଦିନର ଖେଳ ପୂର୍ବରୁ ସ୍ମିଥ ତାଙ୍କର ନୂତନ ବ୍ୟାଟ ପରୀକ୍ଷା କରୁଥିବା ଦେଖାଯାଇଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ, ମଧ୍ୟରାତ୍ରିରେ ସ୍ମିଥ ତାଙ୍କ ବ୍ୟାଟିଂ ଅଭ୍ୟାସ ପ୍ରାୟତଃ କରନ୍ତି। ତାଙ୍କର ସାଥୀ ଖେଳାଳିମାନେ ଏହାକୁ ଅନେକ ଥର ପ୍ରକାଶ କରିଛନ୍ତି । ସ୍ମିଥ ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଏହି ଭିଡିଓ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଡାନି ୱିଲିସ ମୋତେ ପୁଣି ଧରିଲେ।

Share