ଆଶିଷ ୨୦୨୩ ପାଇଁ ସ୍ବଚ୍ଛ ଆମ୍ବାସାଡାର

ଭଞ୍ଜନଗର,୩।୧୨(ଡି.ଏନ.ଏ): ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଆଦିଙ୍କୁ ପୁରସ୍କୃତ କରାଯାଉଛି । ଏଥିସହ ସହରଗୁଡ଼ିକରେ ୧୭ଟି ବିଭାଗରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ମିଳୁଛି । ଯୋଜନା ଆରମ୍ଭ ହେବାର ୮ବର୍ଷ ପରେ ଭଞ୍ଜନଗର ଏନ୍‌ଏସି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୨ରେ ପୂର୍ବାଞ୍ଚଳ ଜୋନରେ ୧୦୧ଟି ସହର ମଧ୍ୟରେ ଦ୍ୱିତୀୟ ଶ୍ରେଷ୍ଠ ଏନଏସି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏନ୍‌ଏସିକୁ ଏହି ପୁରସ୍କାର କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ପକ୍ଷରୁ ରାଜ୍ୟସ୍ତରରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମିଳିବ। ଗତ ୨୧ ତାରିଖରେ ଏ ସମ୍ପର୍କିତ ଏକ ଚିଠି ଏନ୍‌ଏସିକୁ ଆସିଛି। ଅନ୍ୟପକ୍ଷରେ ପ୍ରତିବର୍ଷ ଜଣେ କଳାକାରଙ୍କୁ ସହରରେ ସ୍ବଚ୍ଛ ଆମ୍ବାସାଡ଼ାର ଭାବେ ନିଯୁକ୍ତି ଦେବା ଲାଗି ସ୍ବଚ୍ଛ ଭାରତ ଯୋଜନାରେ ବ୍ୟବସ୍ଥା ରହିଛି ।ଗୁରୁବାର ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଆଶିଷ କୁମାରଙ୍କୁ ୨୦୨୩ ପାଇଁ ଭଞ୍ଜନଗର ଏନଏସିର ସ୍ବଚ୍ଛ ଆମ୍ବାସାଡ଼ାର ଭାବେ ନିଯୁକ୍ତି ଦିଆଯାଇଛି । ସୂଚନାଯୋଗ୍ୟ, ଦେଶରେ ୪ଟି ଜୋନରେ ୪,୩୫୪ଟି ସହର ଥିବା ବେଳେ ପୂର୍ବାଞ୍ଚଳ ଜୋନ୍‌ରେ ୧୫ ହଜାରରୁ ୨୫ ହଜାର ମଧ୍ୟରେ ଳୋକ ବସବାସ କରୁଥିବା ୧୦୧ଟି ସହର ଅଛି। ଉକ୍ତ ୧୦୧ଟି ସହର ମଧ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଞ୍ଜନଗର ଏନଏସି ଦ୍ୱିତୀୟ ହୋଇଛି । ପୂର୍ବରୁ ବେଲଗୁଣ୍ଠା ଏନ୍‌ଏସି ୨୦୨୨ ପାଇଁ ପୂର୍ବାଞ୍ଚଳ ଜୋନରେ ୧୫ ହଜାରରୁ କମ୍‌ ଜନସାଧାରଣ ବିଶିଷ୍ଠ ସହରରେ ଶ୍ରେଷ୍ଠ ସିଟିଜେନ୍‌ ଫିଡ଼୍‌ବ୍ୟାକ ପୁରସ୍କାର ପାଇଥିଲା ା ବର୍ତ୍ତମାନ ଭଞ୍ଜନଗର ଏନ୍‌ଏସିକୁ ସଫଳତା ମିଳିଥିବାରୁ ୨୦୨୩ରେ ଯେଭଳି ଆହୁରି ଅଧିକ ପୁରସ୍କାର ମିଳିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମକ୍ରମେ ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ସମସ୍ତ କାଉନସିଲର ଏଥିଲାଗି ପ୍ରଚେଷ୍ଠା ଚଳାଇଛନ୍ତି। କାଉନସିଲରମାନେ ଦୈନନ୍ଦିନ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ବିଭିନ୍ନ ୱାର୍ଡ଼ ବୁଲି ଲୋକଙ୍କ ସହ ସମସ୍ୟା ନେଇ ଆଲୋଚନା କରୁଛନ୍ତି । ଏହାପରେ ତାର ସମାଧାନ ପାଇଁ ଉଦ୍ୟମ ହେଉଛି। ସହର କିଭଳି ଅଧିକ ସୁନ୍ଦର ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଭଞ୍ଜନଗର ଏନ୍‌ଏସିକୁ ୧୯୯୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଏନଏସି ପୁରସ୍କାର ମିଳିଥିଲା। ଏନ୍‌ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବକର କହିଛନ୍ତି, ପୁରସ୍କାର ପାଇବା ପାଇଁ ଭଞ୍ଜନଗର ସହର ଚୟନ ହେବା ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ। ଆଗାମୀ ଦିନରେ ସହରବାସୀଙ୍କୁ ଆହୁରି ଅଧିକ ଉନ୍ନତ ସେବା କିଭଳି ପ୍ରଦାନ କରାଯିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଅନ୍ୟପକ୍ଷରେ ଭାଜପା ଘୁମୁସର ସାଙ୍ଗଠନିକ ଜିଲା ଉପ ସଭାପତି ସନ୍ତୋଷ ତିଆଡ଼ି କହିଛନ୍ତି, ପୁରସ୍କାର ମିଳିବା ଭଲକଥା । ଆଗକୁ ସହରବାସୀ କିଭଳି ଉନ୍ନତ ସେବା ପାଇବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପିସିସି ସଭ୍ୟ ଦେବୀ ବିଷୋୟୀ କଟାକ୍ଷ କରିଛନ୍ତି ଯେ ଗତ ପୌର ନିର୍ବାଚନରେ ଭାଜପା-ବିଜେଡ଼ି ଭାଇ ଭାଇ ଭଳି ଲଢ଼େଇ କଲେ। ପୁରସ୍କାର ମିଳିବା ବଡ଼କଥା ନହେଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri