ପିତାଙ୍କୁ ହରାଇଲେ ଅନୁପମା ଫେମ୍‌ ଏହି ଅଭିନେତା

ବମ୍ବେ: ଗୋଟିଏ ପଟେ କରୋନା ସଂକ୍ରମଣ, ଅନ୍ୟପକ୍ଷେ ପ୍ରିୟଜନଙ୍କୁ ହରାଇବାର ଦୁଃଖ। କିଛି ଏଭଳି ଘଟିଚାଲିଛି ଷ୍ଟାର୍‌ ପ୍ଲସର ଲୋକପ୍ରିୟ ରିଆଲିଟି ଶୋ’ର କଳାକାରଙ୍କ କ୍ଷେତ୍ରରେ। ନିକଟରେ ଧାରାବାହିକରେ ଅନୁପମାଙ୍କ ସାନପୁଅ ଭୂମିକାରେ ଅଭିନୟ କରୁଥିବା ପାରସଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ଏବେ ବଡ଼ପୁଅ ଭୂମିକାରେ ନଜର ଆସୁଥିବା ଆଶିଷ ମେହରୋତ୍ରା ପିତାଙ୍କୁ ହରାଇଛନ୍ତି। ଅଭିନେତା ବାପାଙ୍କ ସହ କିଛି ଫଟୋ ଓ ଭିଡିଓ ଶେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆମ ଶରୀର ଅଲଗା ହୋଇଯାଇଛି। ହେଲେ ଆତ୍ମା କେବେ ହେବ ନାହିଁ। ଆପଣ କେବଳ ମୋ ବାପା। ଏଣୁ କେହି ସ୍ବାର୍ଥୀ କହିଲେ ଫରକ ପଡେନାହିଁ। ମୁଁ ଜାଣେ ଆପଣ ମୋତେ ଛାଡ଼ି ନାହାନ୍ତି। ଯଦି ହୋଇପାରିଥାନ୍ତା, ତେବେ ଥରେ ଆଲିଙ୍ଗନ କରିପାରିଥାନ୍ତି। ଆପଣଙ୍କୁ ଯିବାକୁ ଦେଇନଥାନ୍ତି। ମୁଁ ତୁମକୁ ବହୁତ ଭଲ ପାଏ ବାପା ବୋଲି ସେ ଲେଖିଛନ୍ତି। ଆଶିଷଙ୍କ ଏଭଳି ସମୟରେ ସହକଳାକାର ତଥା ପ୍ରଶଂସକମାନେ ସମବେଦନା ଜଣାଇଛନ୍ତି।

Share