ଚହଲଙ୍କୁ ପଛରୁ କିକ୍‌ ମାରିଲେ ଗୁଜରାଟ ଟାଇଟାନ୍ସ କୋଚ୍‌

କୋଲକତା,୨୪।୫: ଗୁଜରାଟ ଟାଇଟାନ୍ସ ଦଳର ମୁଖ୍ୟ କୋଚ ଆଶିଷ ନେହେରା ଆଇପିଏଲ ୨୦୨୨ କ୍ୱାଲିଫାୟର ୧ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କୁ ପଛରୁ ଏକ କିକ୍‌ ମାରିଛନ୍ତି। ଏହାର ଫଟୋ ଗୁଜରାଟ ଟାଇଟାନ୍ସ ଦ୍ୱାରା ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ଫଟୋରେ ଉଭୟ ହସୁଥିବାର ଦେଖାଯାଇଛି। ଏହା ସବୁ ମଜା ପାଇଁ କରାଯାଇଛି। ୟୁଜବେନ୍ଦ୍ର ଚହଲ ଏବଂ ଆଶିଷ ନେହେରା ନିଜର ମଜାଳିଆ ଅନ୍ଦାଜ୍‌ ପାଇଁ ଜଣାଶୁଣା।
ସୂଚନାଯୋଗ୍ୟ,କୋଲକାତାର ଇଡେନ ଗାର୍ଡେନ୍ସରେ ଆଇପିଏଲ ୨୦୨୨ ପ୍ଲେ ଅଫର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପାଇଁ ପ୍ରସ୍ତୁତି ପାଇଁ ଉଭୟ ଦଳ ସୋମବାର ସାାରେ ଅଭ୍ୟାସ ଅଧିବେଶନ ଆୟୋଜନ କରିଥିଲେ। ଏହି ସମୟରେ ଗୁଜରାଟ ଏବଂ ରାଜସ୍ଥାନ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ ପରସ୍ପରକୁ ଭେଟିଥିଲେ।

Share