କେନ୍ଦୁଝର,୧୮।୪(ସ୍ବ.ପ୍ର.), ୧୮।୪: ଜାତୀୟ ଜନଜାତି କମିଶନଙ୍କଠାରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ହାଜର ହେବେ। ତେବେ ଜିଲାପାଳଙ୍କୁ ହାଜର କରାଇବାକୁ ପୋଲିସ ଡିଜି ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ। ଆୟୋଗ ପକ୍ଷରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ପରେ ହାଜର ହେଉନଥିବାରୁ ୱାରେଣ୍ଟ ଜାରି କରିଥିଲେ ଜାତୀୟ ଜନଜାତି କମିଶନ।