Categories: ଜାତୀୟ

୪ ମାସ ପରେ ଜେଲ୍‌ରୁ ବାହାରିଲେ ଆଶିଷ…

ଲଖିମପୁର, ୧୫।୨ : ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍‌ ମିଳିଛି। ୪ ମାସ ପରେ ସେ ଲଖିମପୁର ଜେଲ୍‌ରୁ ବାହାରକୁ ଆସିଛନ୍ତି। ଗତ ସପ୍ତାହରେ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଆଶିଷଙ୍କ ଜାମିନ୍‌ ମଞ୍ଜୁର କରିଥିଲେ।

ଆଶିଷଙ୍କୁ ୩ ଲକ୍ଷ ଟଙ୍କାର ଦୁଇଟି ବେଲ୍‌ ବଣ୍ଡ୍‌ ଜମା କରିବାକୁ କୁହାଯାଇଥିଲା। ବଣ୍ଡ୍‌ ସହିତ ଆବଶ୍ୟକୀୟ କାଗଜ ପତ୍ର ଜମା କରିବା ପରେ ଏହାର ଭେରିଫିକେଶନ କରାଯାଇ ଆଶିଷଙ୍କୁ ଜାମିନ୍‌ରେ ମୁକୁଳା ଯାଇଥିଲା।

୨୦୨୧ ଅକ୍ଟୋବର ୩ରେ ଘଟିଥିବା ଏହି ମାମଲାରେ ଏସ୍‌ଆଇଆଟି ପକ୍ଷରୁ ୫୦୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ଚାର୍ଜସିଟ୍‌ରେ ମୁଖ୍ୟ ଅଭିଯୁକ୍ତ ଭାବେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାମ ଉଲ୍ଲେଖ ହୋଇଥିଲା। ଏସ୍‌ଆଇଟି ପକ୍ଷରୁ ସିଜେଏମ୍‌ଙ୍କ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ଆଶିଷଙ୍କ ସମେତ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଉଲ୍ଲେଖ ହୋଇଥିଲା।

୪ ଚାଷୀଙ୍କୁ ଜିପ୍‌ ମଡ଼ାଇ ମାରିବା ସହିତ ଫାୟାରିଂ କରିବା ଅଭିଯୋଗ ଆଶିଷ ଏବଂ ତାଙ୍କ ସାଥିମାନଙ୍କ ବିରୋଧରେ ଏହି ଅଭିଯୋ ହୋଇଥିଲା। ଅଣାଯାଇଛି। ଆଶିଷଙ୍କ ସମେତ ତାଙ୍କର ଅନ୍ୟ ସାଥିମାନଙ୍କ ବିରୋଧରେ ହତ୍ୟା, ହତ୍ୟାର ଉଦ୍ୟମ ଆଦି ଅଭିଯୋଗ ରହିଛି।

Share