Categories: ଜାତୀୟ

ଆଶିଷଙ୍କ ଜାମିନ ଆବେଦନର ବିଚାର ୨୦ ଜାନୁୟାରୀରେ…

ନୂଆଦିଲ୍ଲୀ,୧୧।୧ : ଲଖିମପୁର ଖେରୀରେ ଚାଷୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି ଜାନୁଆରୀ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଆଲ୍ଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଶିଷ ମିଶ୍ର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯେଉଁଥିରେ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ।

ଏହା ସହିତ ସୁପ୍ରିମକୋର୍ଟ ଅତିରିକ୍ତ ସେସନ୍ସ ଜଜ ଲକ୍ଷ୍ମୀପୁର ଖେରୀଙ୍କ ରିପୋର୍ଟ ମଧ୍ୟ ପଢ଼ିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଏହି ମାମଲାରେ ୨୦୮ଜଣ ସାକ୍ଷୀ ଥିବାରୁ ଏହାର ଶୁଣାଣି ଶେଷ ହେବାକୁ ପାଞ୍ଚ ବର୍ଷ ସମୟ ଲାଗିବ। ଶୀର୍ଷକୋର୍ଟ ନିମ୍ନ କୋର୍ଟରୁ ସୂଚନା ମାଗିଥିଲେ ଯେ ଅନ୍ୟ ମାମଲାକୁ ପ୍ରଭାବିତ ନକରି ଏହି ମାମଲାର ସମାଧାନ ପାଇଁ କେତେ ସମୟ ଲାଗିବ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ହିଂସା ଅଭିଯୋଗରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Share