Categories: ଜାତୀୟ

ଆଶିଷଙ୍କ ଜାମିନ ମାମଲା, କ’ଣ କରାଯିବ ଆମକୁ ଜଣାଅଛି, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୪।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ ସୋମବାର କରି କହିଛନ୍ତି ଯେ, ଏହି ମାମଲାରେ ଆମକୁ କରିବାକୁ ହେବ ତାହା ଜଣାଅଛି।

ଗତ ବର୍ଷ ଅକ୍ଟୋବର ୩ ରେ ଲଖୀମପୁର ଖେରୀରେ ଏହି ଘଟଣା ଘଟିଥିଲା। ଏହା ପୂବରୁ କୋର୍ଟ କହିଥିଲେ ଯେ କୋର୍ଟଙ୍କ ଦ୍ୱାରା ଗଠିତ କମିଟି ଆଶିଷ ମିଶ୍ରଙ୍କ ଜାମିନ ଖାରଜ କରିବାକୁ ମଧ୍ୟ ସୁପାରିଶ କରିଛନ୍ତି। ଲଖୀମପୁର ଖେରୀ ଘଟଣା ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଥିଲା।

ଏଥିସହ ସୁପ୍ରିମକୋର୍ଟ ମଧ୍ୟ ଆଶିଷ ମିଶ୍ରଙ୍କ ଜାମିନ ଖାରଜ ନକରି ଥିବାରୁ ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନା ୟୁପି ସରକାରଙ୍କ ଆଇନଜୀବୀଙ୍କୁ କହିଥିଲେ, ଲଖୀମପୁର ମାମଲାର ଯାଞ୍ଚ କରୁଥିବା ବିଚାରପତି ଜାମିନ ନାମଞ୍ଜୁର କରିବାକୁ ପରାମର୍ଶ ଦେଇଛନ୍ତି। ଏହା ପରେ ମଧ୍ୟ କାହିଁକି ଏପରି କରାଯାଇ ନ ଥିଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ।

Share