ଆଶିଷଙ୍କ ଦ୍ୱିତୀୟ ବିବାହ ପରେ ପ୍ରଥମ ପତ୍ନୀ ରାଜୋଶୀ କହିଲେ ଏପରି କଥା, ୨୨ବର୍ଷର ସମ୍ପର୍କ ଥିଲା ଏପରି…

ମୁମ୍ବାଇ:ଆଶିଷ ବିଦାର୍ଥୀଙ୍କ ଦ୍ୱିତୀୟ ବିବାହ ନେଇ ସୋସିଆଲ ମିଡଆରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଲୋକମାନେ ତାଙ୍କର ପ୍ରଥମ ପତ୍ନୀ ରାଜୋଶୀ ବିଦ୍ୟାର୍ଥୀ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ବିଭିନ୍ନ ପ୍ରକାର କଥା ହେଉଛନ୍ତି। ତେବେ ଏନେଇ ଆଶିଷ ଏକ ଭିଡିଓ ମାଧ୍ୟମରେ ତାଙ୍କର ଦ୍ୱିତୀୟ ବିବାହ ବିଷୟରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜୋଶୀଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଉଭୟେ ପରସ୍ପରର ସହମତିରେ ଅଲଗା ହୋଇଥିଲେ ଏବଂ ଆଶିଷଙ୍କ ସହ ୨୨ବର୍ଷର ସମ୍ପର୍କ ଏକ ସୁନ୍ଦର ଅନୁଭୂତି ଥିଲା ବୋଲି ସେ କହିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ସହ ସାକ୍ଷାତକାର ଦେଇ ରାଜୋଶୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଥିଲେ। ରାଜୋଶୀ ଏବଂ ଆଶିଷ ୨୦୨୧ରୁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ବର୍ତ୍ତମାନ ଉଭୟ ନିଜ ନିଜ ଜୀବନରେ ଖୁସିରେ ଅଛନ୍ତି। ଗତ ବର୍ଷ ଅକ୍ଟୋବରରେ ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ଦୁହେଁ ଭଲ ବନ୍ଧୁ ଅଟନ୍ତି।
ଛାଡପତ୍ର ବିଷୟରେ ସେ ଗଣମାଧ୍ୟମକୁ ଜଣାଇ ନ ଥିଲେ। ଜୀବନ ସାରା ସେମାନେ ଭଲ ବନ୍ଧୁ ହୋଇ ରହିବେ। ବୋଲି ରାଜୋଶୀ କହିଛନ୍ତି।

ତାଙ୍କ ପୁଅଙ୍କ ବିଷୟରେ ମଧ୍ୟ ରାଜୋଶୀ କହିଛନ୍ତି। ଆଶିଷ ପୁଅକୁ ଛୋଟରୁ ବଡ କରିବାରେ ବହୁତ ସହଯୋଗ କରିଛନ୍ତି। ସେ ତାଙ୍କର ବନ୍ଧୁ ଏବଂ ମାର୍ଗଦର୍ଶକ। ଲୋକମାନେ କୁହନ୍ତି ଯେ, ମା ପିଲା ପାଇଁ ସବୁକିଛି କରଥାଏ। କିନ୍ତୁ ମୋ ପୁଅ କ୍ଷେତ୍ରରେ ତା’ ବାପାଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଅନ୍ୟପଟେ ଆଶିଷ ଏକ ଭିଡିଓ ମାଧ୍ୟମରେ ପ୍ରଥମ ପତ୍ନୀ ଏବଂ ଦ୍ୱିତୀୟ ବିବାହ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁହେଁ ଏକାଠି ୨୨ ବର୍ଷ ବିତାଇଥିଲୁ, ଯାହା ଆମ ପାଇ ସ୍ବତନ୍ତ୍ର। ଅତୀତ କେବେ ଭବିଷ୍ୟତର ସ୍ଥାନ ନେଇ ପାରିବ ନାହିଁ। ଏହା ସବୁବେଳେ ପରିବର୍ତ୍ତନଶୀଳ। ଆମକୁ ଭବିଷ୍ୟକୁ ନେଇ ବଞ୍ଚିବାକୁ ପଡିବ। ତେଣୁ ଉଭୟେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ।

Share