ଫିଲ୍ମ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ, ସୋସିଆଲ ମିଡିଆରେ ଖୁସି ଜାହିର କଲେ ଅଭିନେତ୍ରୀ ରଶ୍ମିକା

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଯିଏ କେବଳ ଦକ୍ଷିଣରେ ନୁହେଁ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଖୁବ୍‌କମ ସମୟ ମଧ୍ୟରେ ରଶ୍ମିକା ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ଅଭିନେତ୍ରୀ ଏହି ବର୍ଷ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ କରିଛନ୍ତି । ଏହାକୁ ନେଇ ଅଭିନେତ୍ରୀ ବହୁତ ଖୁସି ଅଛନ୍ତି। ସେ ଏହି ପୋଷ୍ଟ ମାଧ୍ୟମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ରଶ୍ମିକା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଏହି ବେଳେବେଳେ ଟିକେ ରୁହ ଆଉ ଚିନ୍ତା କର। ଏ ସବୁ କିପରି ହେଲା, ଏସବୁ କେବେ ଘଟିଲା, ଏସବୁ କାହିଁକି ଘଟିଲା ଏବଂ ମୁଁ ବହୁତ ଖୁସି ଅଛି କି ଏସବୁ ହୋଇଛି! ସେ ଆହୁରି ଲେଖିଛନ୍ତି, ଏହା ହେଉଛି ସବୁକିଛି ଯାହା ମୁଁ ସର୍ବଦା ସ୍ବପ୍ନରେ ଦେଖିଥିଲି।ରଶ୍ମିକା ଶେୟାର କରିଥିବା ଫଟୋରେ ସେ ଏକ ରାସ୍ତା ମଝିରେ ରେ ଠିଆ ହୋଇଥିବା ନଜର ଆସିଛନ୍ତି।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଶ୍ମିକା ନିକଟରେ ରଣବୀର କପୁରଙ୍କ ସହ ‘ଆନିମଲ’ ଫିଲ୍ମରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ସେ ରଣବୀରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି।

Share