ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍ଫେକ୍ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରୁଛି। ତେବେ ଏହି ଘଟଣାକୁ ନେଇ ଅଭିନେତ୍ରୀ ରଶ୍ମିକା ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସ ଜରିଆରେ ସାଧାରଣରେ ଏହାକୁ ରୋକିବା ସହ ସ୍ବର ଉତ୍ତୋଳନ କରିବାକୁ କହିଛନ୍ତି।
ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଅନ୍ଲାଇ ଭାଇରାଲ ହେଉଥିବା ମୋର ଡିପ୍ଫେକ୍ ଭିଡିଓ ବିଷୟରେ ମୋତେ ଆଲୋଚନା କରିବାକୁ ପଡ଼ୁଛି। ଏହା ଅତି ଭୟଙ୍କର। କେବଳ ମୋ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଯେଉଁମାନେ ଆଜି ଏହି ଟେକ୍ନୋଲୋଜୀର ଦୁରୁପଯୋଗ ଦ୍ୱାରା ଭୟଙ୍କର ପରିସ୍ଥିତିରେ ରହୁଛନ୍ତି। ଜଣେ ମହିଳା ଓ ଜଣେ ଅଭିନେତ୍ରୀ ହିସାବରେ, ମୁଁ ମୋ ପରିବାର, ବନ୍ଧୁବର୍ଗ ଏବଂ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେବି, ଯେଉଁମାନେ ସବୁବେଳେ ମୋ ସୁରକ୍ଷା ଓ ସମର୍ଥନରେ ରହୁଛନ୍ତି।