ଏବେ ଅଭିନୟରେ ଦମ୍‌ ଦେଖାଇବେ ଅଶନୀର

ନୂଆଦିଲ୍ଲୀ,୧୦।୧୨: ବ୍ୟବସାୟୀ ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ-୧ର ବିଚାରପତି ଥିବା ଅଶନୀର ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୋ’ର ନୂତନ ସିଜନରେ ତାଙ୍କୁ ଦେଖାଯାଇ ନ ପାରେ, ହେଲେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ନୂଆ ପ୍ରସ୍ତୁତି କରିଛନ୍ତି। ଏବେ ସେ ଅଭିନୟଜଗତରେ ପାଦ ରଖିବାକୁ ଯାଉଛନ୍ତି। ଶୀଘ୍ର ସେ ଏକ ଓ୍ବେବ୍‌ ସିରିଜରେ ନଜର ଆସିବେ।

ଅଶନୀର ଲୋକପ୍ରିୟ ଓ୍ବେବ୍‌ ସିରିଜ ଟିଭିଏଫ୍‌ ପିଚର୍ସର ଦ୍ୱିତୀୟ ସିଜନରେ ନଜର ଆସିବେ। ତାଙ୍କ ସିରିଜର ପ୍ରମୋ ଭିଡିଓ ସାମ୍ନାକୁ ଆସିଛି। ସେ ନିଜର ଟୁଇଟର ଆକାଉଣ୍ଟରୁ ଟ୍ରେଲର ଭିଡିଓ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଡିସେମ୍ବର ୨୩ରେ ଏହି ଓ୍ବେବ୍‌ ସିରିଜ ଜି୫ରେ ପ୍ରସାରିତ ହେବ।

ଅଶନୀର ନିଜର ଆଗାମୀ ସିରିଜର ପ୍ରମୋ ଭିଡିଓ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ଜବ୍‌ ତକ ହୈ ଗ୍ରୋଭର, ଇଟ୍ସ ନଟ୍‌ ଓଭର’। ତେବେ ଏହି ଭିଡିଓଟି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି। ସମସ୍ତେ ତାଙ୍କ ଅଭିନୟ ଦେଖିବାକୁ ଅପେକ୍ଷା କରିଛନ୍ତି ବୋଲି ପ୍ରତିକ୍ରିୟା ଦେଉଛନ୍ତି।

ତେବେ ଶୋ’ର ପ୍ରଥମ ସିଜନ ୨୦୧୫ରେ ରିଲିଜ ହୋଇଥିଲା।

Share