ଜୟପୁର,୧୭।୩: ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସେ ୧୯ ନୂତନ ଜିଲା ଗଠନ କରିବାକୁ ଘୋଷଣା କରିଛନ୍ତି। ପୂର୍ବରୁ ରାଜସ୍ଥାନରେ ୩୩ ଜିଲା ଥିଲା। କିନ୍ତୁ ଏହି ଘୋଷଣା ପରେ ବର୍ତ୍ତମାନ ଜିଲା ସଂଖ୍ୟା ୫୨କୁ ବୃଦ୍ଧି ପାଇବ।
ବିଧାନସଭାରେ ଏହା ଘୋଷଣା କରି ସିଏମ୍ ଅଶୋକ ଗେହଲୋଟ କହିଛନ୍ତି, ଦୀର୍ଘ ଦିନ ଧରି ରାଜ୍ୟରେ କିଛି ନୂତନ ଜିଲା ଗଠନ ପାଇଁ ଦାବି ଗ୍ରହଣ କରୁଥିଲୁ। ଏହି ପ୍ରସ୍ତାବଗୁଡ଼ିକୁ ପରୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଆମେ ଅନ୍ତିମ ରିପୋର୍ଟ ପାଇଛୁ। ଉକ୍ତ ରିପୋର୍ଟ ପରେ ରାଜ୍ୟରେ ନୂଆ ଜିଲା ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।