Categories: ଜାତୀୟ

ରାଜସ୍ଥାନରେ ଭାଜପାର ଚେହେରା ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଗେହଲୋଟ କହିଲେ, ‘ଏମାନଙ୍କ ନେତା ଏତେ ନାବାଳିକ ଯେ…’

ଜୟପୁର,୪।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଭାରତୀୟ ଜନତା ପାର୍ଟି(ଭାଜପା)ର ସ୍ଥାନୀୟ ନେତାଙ୍କୁ ଇସାରା କରି କହିଛନ୍ତି, ତୁମେମାନେ ଲଢେଇ କରିପାରୁନ, ଆଉ କହୁଛ ମୋଦି ଆମର ଚେହେରା ହେବେ। ମୋଦି ତ ପ୍ରଧାନମନ୍ତ୍ରୀ, ନିର୍ବାଚନ ରାଜସ୍ଥାନ ବିଧାନସଭାର ହେଲେ ଆପଣ ମୋଦିଙ୍କ ଚେହେରାକୁ ଆଗକୁ ଆଣୁଛନ୍ତି। ଆପଣମାନେ ଏତେ ନାବାଳକ ଯେ ମୋଦିଙ୍କ ନାମରେ ନିର୍ବାଚନ ଲଢିବା କଥା କହୁଛନ୍ତି।

ତାଙ୍କ ସରକାରଙ୍କ କାର୍ଯ୍ୟ ତଥା ଜନ କଲ୍ୟାଣ ଯୋଜନା ଆଧାରରେ ସେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମୁଖ୍ୟମନ୍ତ୍ରୀ ଗେହଲୋଟ ସୂଚିତ କରିଛନ୍ତି। ସେ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ନୁହେଁ, ମୁଁ କରିଥିବା କାର୍ଯ୍ୟ, ମୁଁ ଯେଉଁଭଳି ପ୍ରଦର୍ଶନ କରିଛି, ମୁଁ ଲୋକଙ୍କ କଲ୍ୟାଣ ପାଇଁ ଏହା କରିଛି। ସାମାଜିକ ସୁରକ୍ଷା ଦିଆଯାଇଛି, ମୁଁ ଏହାର ଆଧାରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି।

Share