Categories: ଜାତୀୟ

ପାଇଲଟଙ୍କ ଉପରେ ବର୍ଷିଲେ ଗେହଲଟ

ନୂଆଦିଲ୍ଲୀ,୨୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣିଥରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଗେହଲଟ କହିଛନ୍ତି ପାଇଟଲ କଂଗ୍ରେସ ପିଠିରେ ଛୁରି ମାରିବା ଭଳି କାମ କରିଛନ୍ତି। ତାଙ୍କୁ ଖୁବ୍‌ କମ୍‌ ବୟସରୁ ବହୁତ କିଛି ମିଳିଯାଇଥିଲା। ତେଣୁ ପାଇଲଟ ଏମିତି ବ୍ୟବହାର କରିଛନ୍ତି। ଗେହଲଟ ଆହୁରି ମଧ୍ୟ କହିଛନ୍ତି ଏକଥା ତାଙ୍କୁ ଜଣାଥିଲା କି ପାଇଲଟ ଦିନେ ନା ଦିନେ ଏମିତି କାମ କରିବେ। କାରଣ ସେ ଜଣେ ଧୋକାବାଜ। ଗେହଲଟ କହିଛନ୍ତି ରାଜସ୍ଥାନ ଏମିତି ଏକ ରାଜ୍ୟ ଯେଉଁଠି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କୁ ବଦଳାଇବାକୁ ଦାବି ହେଉଥିଲା। ତେବେ ପାଇଲଟଙ୍କୁ ନେଇ ସେ ଦିନେ ବି କିଛି ପ୍ରଶ୍ନ କରି ନାହାନ୍ତି ବୋଲି କହିଛନ୍ତି। ହେଲେ ସେ ରାଜସ୍ଥାନ ବାଇଗଣ ବିକ୍ରି କରିବାକୁ ଆସି ନାହାନ୍ତି ବରଂ ମୁଖ୍ୟମନ୍ତ୍ରୀ ହୋଇ ଆସିଛନ୍ତି ବୋଲି ଗେହଲଟ କହିଛନ୍ତି। ତେଣୁ ସେ କେବେ ବି ଚାହୁଁ ନ ଥିଲେ କି କେହି ପାଇଲଟଙ୍କ ବିରୋଧରେ କିଛି କହୁ ବରଂ ସମସ୍ତେ ତାଙ୍କୁ ସମ୍ମାନ କରନ୍ତୁ।

Share