Posted inଜାତୀୟ

ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶ୍ରୁତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ଅଶୋକ ଗେହଲଟ୍‌

ଜୟପୁର,୧୫।୭: ରାଜସ୍ଥାନ ରାଜନୈତିକ ପାଣିପାଗ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ପଦରୁ ହଟାଇବାରେ ସକ୍ଷମ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ସଚିନଙ୍କ ଉପରେ ବର୍ଷିଛନ୍ତି। ସଚିନ ବିଧାୟକଙ୍କୁ କିଣିନେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶ୍ରୁତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ, ଜୁଲାଇ ୧୪ରେ ସଚିନ ପାଇଲଟଙ୍କ ସହ ତାଙ୍କ ସହଯୋଗୀ ଦୁଇ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରୁ ବିଦା କରିଦେଇଥିଲେ ଗେହଲଟ୍‌। ଏହାସହ ସଚିନଙ୍କୁ ପ୍ରଦେଶ କଂଗ୍ରେସ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ଏହାପୂର୍ବରୁ ପାଇଲଟ୍‌ କହିଥିଲେ, ପାଞ୍ଚବର୍ଷ ଧରି ପରିଶ୍ରମ କରି ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିଥିଲା। ଗେହଲଟ ଲୋକସଭା ନିର୍ବାଚନରେ ନିଜ ବୁଥ୍‌ରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇପାରି ନ ଥିଲେ। ତଥାପି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଭବିଷ୍ୟବାଣୀ! ୨୦୨୯ ରେ ବି ମୋଦି ଜିତିବେ…

ଅମରାବତି,୧୬।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଶୈଳୀ ଉପରେ ମନ୍ତବ୍ୟ ଦେଇ ତାଙ୍କ ରଣନୀତିକୁ ପ୍ରଶଂସା କରିଛନ୍ତି। ୨୦୨୪...

୨ ମନ୍ତ୍ରୀ, ୩ ବିଧାୟକଙ୍କ ଘର ଉପରକୁ ଆକ୍ରମଣ, ଜାଣନ୍ତୁ ମଣିପୁର ହିଂସା ପଛର କାରଣ

ଇମ୍ଫାଲ,୧୬।୧୧: ମଣିପୁରର ଜିରିବାମ ଜିଲାରେ ୩ ଜଣଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରୁଥିବା ବିକ୍ଷୋଭକାରୀମାନେ ଶନିବାର ଇମ୍ଫାଲରେ ଅତି କମରେ ୨ ମଣିପୁର ମନ୍ତ୍ରୀ...

ନିର୍ବାଚନ ପ୍ରଚାର ସମୟରେ ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଗ୍‌

ମୁମ୍ବେଇ,୧୬।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସେଠାରେ ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଚାଲିଛି। ଏହି ସମୟରେ ନିର୍ବାଚନ ଆୟୋଗର ଅଧିକାରୀମାନେ ପୁଣି...

ମୋଦିଙ୍କୁ ବାଇଡେନଙ୍କ ସହ ତୁଳନା କଲେ ରାହୁଲ, କହିଲେ ଉଭୟଙ୍କୁ ହୋଇଛି ସମାନ ରୋଗ

ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ସମୟରେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଶନିବାର (ନଭେମ୍ବର ୧୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆତଙ୍କବାଦୀ ଏବେ ନିଜ ଘରେ ବି ସୁରକ୍ଷିତ ରହିପାରିବେ ନାହିଁ, ପଡୋଶୀ ଦେଶକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୬।୧୧: ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ...

ଜମ୍ମୁ-କଶ୍ମୀରରେ ରେକର୍ଡ ଭାଙ୍ଗିଲା ବେକାରୀ ସମସ୍ୟା, ୩.୫୨ ଲକ୍ଷ ବେରୋଜଗାର

ଶ୍ରୀନଗର,୧୬।୧୧: ଜମ୍ମୁ କଶ୍ମୀରରେ ବେକାରୀ ହାରରେ ବୃଦ୍ଧି ଘଟିଛି। ଜମ୍ମୁ କଶ୍ମୀର ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟ (DoE) ର ତଥ୍ୟ ଅନୁଯାୟୀ ୨୦୨୪ର ପ୍ରଥମ ତ୍ରୟମାସିକରେ...

ରାହୁଲ ଗାନ୍ଧୀଙ୍କ ବ୍ୟାଗ୍‌ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୬।୧୧: ନିର୍ବାଚନ ଆୟୋଗ ଅଧିକାରୀମାନେ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବ୍ୟାଗ ଯାଞ୍ଚ କରିଛନ୍ତି। ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲଙ୍କ ବ୍ୟାଗରେ...

ଇସ୍ତଫା ଦେଲେ ସୁଖବୀର ସିଂ

ଚଣ୍ଡୀଗଡ,୧୬।୧୧: ଇସ୍ତଫା ଦେଇଛନ୍ତି ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ। ସେ ଦଳର ଅଧକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନେତୃତ୍ୱରେ ବିଶ୍ୱାସ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri