Categories: ଜାତୀୟ

ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶ୍ରୁତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ଅଶୋକ ଗେହଲଟ୍‌

ଜୟପୁର,୧୫।୭: ରାଜସ୍ଥାନ ରାଜନୈତିକ ପାଣିପାଗ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ପଦରୁ ହଟାଇବାରେ ସକ୍ଷମ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ସଚିନଙ୍କ ଉପରେ ବର୍ଷିଛନ୍ତି। ସଚିନ ବିଧାୟକଙ୍କୁ କିଣିନେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶ୍ରୁତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ, ଜୁଲାଇ ୧୪ରେ ସଚିନ ପାଇଲଟଙ୍କ ସହ ତାଙ୍କ ସହଯୋଗୀ ଦୁଇ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରୁ ବିଦା କରିଦେଇଥିଲେ ଗେହଲଟ୍‌। ଏହାସହ ସଚିନଙ୍କୁ ପ୍ରଦେଶ କଂଗ୍ରେସ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ଏହାପୂର୍ବରୁ ପାଇଲଟ୍‌ କହିଥିଲେ, ପାଞ୍ଚବର୍ଷ ଧରି ପରିଶ୍ରମ କରି ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିଥିଲା। ଗେହଲଟ ଲୋକସଭା ନିର୍ବାଚନରେ ନିଜ ବୁଥ୍‌ରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇପାରି ନ ଥିଲେ। ତଥାପି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ବୋଲି ସେ କହିଛନ୍ତି।

Share