Categories: ଜାତୀୟ

ଗୋଟିଏ ଗୁଳିରେ ଦୁଇଟି ଶିକାର କଲେ ଗେହଲଟ

ନୂଆଦିଲ୍ଲୀ,୩ ।୧୦: ରାଜନୀତିରେ ମହାରଥ ହାସଲ କରିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ଗେହଲଟ କହିଛନ୍ତି ତାଙ୍କ ସରକାର ୫ ବର୍ଷ ଶାସନ କରିବ ଓ ପୁଣି ଏହାର ପୁନରାବୃତ୍ତି ବି ହେବ । ଏମିତି କହି ସେ ବିରୋଧୀଙ୍କୁ ଜବାବ ତ ଦେଇଛନ୍ତି ଏହାସହ ସଚ୍ଚିନ ପାଇଲଟଙ୍କ ଆଶାକୁ ଆଶାରେ ରହିବାକୁ ଦେଇଛନ୍ତି ବୋଲି କୁହାଯାଉଛି । ଗାନ୍ଧୀ ଜୟନ୍ତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗେହଲଟ ଏହା କହିଛନ୍ତି । ଗେହଲଟ ୩୪ ଦିନ ହୋଟେଲରେ ବନ୍ଦଥିବା ନେଇ ଭାଜପାର ପ୍ରଶ୍ନର ଉତ୍ତରରେ କହିଛନ୍ତି ସେ ବନ୍ଦ ନ ଥିଲେ ହୋଟେଲରେ ଥିଲେ । ଭାଜପା ନେତାଙ୍କ କୃପାରୁ ସେ ସମୟ କଟି ଯାଇଛି ବୋଲି ସେ କହିଛନ୍ତି । ଆଉ ଏବେ ମୁଖ୍ୟମନ୍ତ୍ରୀ ଆସନ ପ୍ରତି କୌଣସି ବିପଦ ନାହିଁ ବୋଲି ମଧ୍ୟ ସେ ପରୋକ୍ଷରେ କହିଛନ୍ତି ।

Share