ନୂଆଦିଲ୍ଲୀ,୧୨।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି। ସଚ୍ଚିନ ପାଇଲଟ ଗୁରୁବାର ପାର୍ଟିରୁ ଅଲଗା ହୋଇ ଜନ ସଂଘର୍ଷ ପଦଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ଦେଖି ଶୁକ୍ରବାର ଦିଲ୍ଲୀରେ କଂଗ୍ରେସର ବୈଠକ ହୋଇଛି।
ଏହି ବୈଠକରେ ରାଜସ୍ଥାନ କଂଗ୍ରେସର ପ୍ରଭାରି ସୁଖଜିନ୍ଦର ରଂଧାଓ୍ବାଙ୍କ ବ୍ୟତୀତ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଗୋବିନ୍ଦ ସିଂ ଡେଟାସରା ଓ ରାଜ୍ୟର ସହ ପ୍ରଭାରି ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟିର ସଚିବ କାଜି ନିଜାମୁଦ୍ଦିନ, ବିରେନ୍ଦ୍ର ରାଠୋର ଓ ଅମୃତା ଧଓ୍ବନ ଉପସ୍ଥିତ ଥିଲେ।
ବୈଠକ ପରେ ରଧଂଓ୍ବା କହିଛନ୍ତି, ପାଇଲଟଙ୍କର ଏହା ବ୍ୟକ୍ତିଗତ ଯାତ୍ରା। ଆମେ ଏହି ଯାତ୍ରା ଉପରେ ନଜର ରଖିଛୁ। ଏହାକୁ ନେଇ ଆମେ କଂଗ୍ରେସ ଅଧ୍ୟକ୍ଷ ମଳ୍ଲିକାର୍ଜୁନ ଖାର୍ଗେଙ୍କ ସହ କଥା ହେବୁ। ଯେତେବେଳେ ସେ କର୍ନାଟକରୁ ଦିଲ୍ଲୀ ଫେରିବେ, ଆମେ ଆମ କଥା ତାଙ୍କୁ କହିବୁ।