Categories: ବାଣିଜ୍ୟ

ଅଶୋକ ଲାଭାସା ଏଡିବି ଉପସଭାପତି

ନୂଆଦିଲ୍ଲୀ,୧୬।୭: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସାଙ୍କୁ ଏହାର ଉପସଭାପତି ଭାବେ ନିଯୁକ୍ତ କରିଛି। ଘରୋଇ କ୍ଷେତ୍ର ପରିଚାଳନା ଏବଂ ଘରୋଇ କ୍ଷେତ୍ର ସହଭାଗିତା ଭଳି ବିଭାଗରେ ଲାଭାସା ଦାୟିତ୍ୱ ସମ୍ଭାଳିବେ। ଲାଭାସା ବର୍ତ୍ତମାନ ଭାରତର ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ର ଅର୍ଥ ସଚିବ, ଜଙ୍ଗଲ ଏବଂ ପରିବେଶ ବିଭାଗର ସଚିବ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେ ଦିବାକର ଗୁପ୍ତାଙ୍କ ପରେ ଦାୟିତ୍ୱ ଗ୍ରହଣ କରିବେ। ଅଗଷ୍ଟ ୩୧ରେ ଗୁପ୍ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ଜଣାପଡ଼ିଛି। ୨୦୧୮ରେ ଲାଭାସାଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଲାଭାସା ଅଷ୍ଟ୍ରେଲିଆର ସଦର୍ନ କ୍ରସ୍‌ ୟୁନିଭର୍ସିଟିରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ବେଳେ ମାଡ୍ରାସ ୟୁନିଭର୍ସିଟିରୁ ଡିଫେନ୍ସ ଆଣ୍ଡ ଷ୍ଟ୍ରାଟେଜିକ ଷ୍ଟଡିଜରେ ଏମ୍‌.ଫିଲ୍‌ ଡିଗ୍ରୀ ହାସଲ କରିଛନ୍ତି। ଦିଲ୍ଲୀ ୟୁନିଭର୍ସିଟିରୁ ଇଂରାଜୀ ସାହିତ୍ୟରେ ସେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

Share