Categories: ବାଣିଜ୍ୟ

ବ୍ୟବସାୟ ସମ୍ପ୍ରସାରଣ କରିବ ଅଶୋକ ଲେଲାଣ୍ଡ

ଭୁବନେଶ୍ୱର,୨୦।୧: ହିନ୍ଦୁଜା ଗ୍ରୁପ୍‌ର ଅଂଶ ତଥା ଦେଶର ଅଗ୍ରଣୀ ବାଣିଜି୍ୟକ ଯାନ ନିର୍ମାତା ଅଶୋକ ଲେଲାଣ୍ଡ ପୂର୍ବ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ତଥା ଭିତ୍ତିଭୂମି ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି। ବଜାର ସ୍ଥିତିକୁ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ପାଇଁ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି। ଏନେଇ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଶୋକ ଲେଲାଣ୍ଡ ଲିମିଟେଡ୍‌ର ସଭାପତି (ଏମ୍‌ ଆଣ୍ଡ ଏଚ୍‌ସିଭି) ସଞ୍ଜୀବ କୁମାର ବିସ୍ତୃତଭାବେ ସୂଚନା ଦେଇଛନ୍ତି। ସେ କହିଛନ୍ତି,‘ଓଡ଼ିଶା ଓ ପୂର୍ବ ଭାରତ ଅଶୋକ ଲେଲାଣ୍ଡ ପାଇଁ ଏକ ପ୍ରମୁଖ ବଜାର। ଉନ୍ନତମାନର ଏମ୍‌ଏଚ୍‌ସିଭି ଉତ୍ପାଦ ଏବଂ ସେବା ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜ୍ୟର ଅର୍ଥନୈତିକ ବିକାଶରେ କମ୍ପାନୀର ଯୋଗଦାନ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସଞ୍ଜୀବ କୁମାରଙ୍କ ସୂଚନାନୁସାରେ, ଅଶୋକ ଲେଲାଣ୍ଡର ଓଡ଼ିଶାରେ ୫୧ଟି ଆଉଟଲେଟ୍‌ ରହିଛି। କମ୍ପାନୀ ଗ୍ରାହକଙ୍କୁ ସୁଲଭ ଦରରେ ଯାନ ବିକ୍ରୟ କରୁଥିବାବେଳେ ସର୍ଭିସିଂ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ଏଥିପାଇଁ କମ୍ପାନୀ ପକ୍ଷରୁ ୧୨ଟି ସର୍ଭିସ୍‌ ଟ୍ରେନିଂ ଷ୍ଟେଶନ ସହ ମୋବାଇଲ୍‌ ସର୍ଭିସିଂ ତଥା ମୋବାଇଲ୍‌ ସର୍ଭିସ୍‌ ଟ୍ରେନିଂ ବ୍ୟବସ୍ଥା ମଧ୍ୟ ରହିଛି। ଭାରିଯାନ ଚାଳକଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ଏହି କମ୍ପାନୀ ପକ୍ଷରୁୁ ୧୬ଟି ଡ୍ରାଇଭର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ରହିଛି। ଓଡ଼ିଶାରେ ବ୍ରହ୍ମପୁର, ଛତିଆ, ବଣାଇରେ ଡ୍ରାଇଭିଂ ଇନ୍‌ଷ୍ଟିଚ୍ୟୁଟ୍‌ ରହିଥିବାବେଳେ କେନ୍ଦୁଝରରେ ଖୁବ୍‌ଶୀଘ୍ର ଏକ ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିବ। ଏଏଲ୍‌ କେୟାର ମାଧ୍ୟମରେ ସର୍ଭିସିଂ ସୁବିଧା ଉପଲବ୍ଧ ହେଉଥିବାବେଳେ ୨.୪ଲକ୍ଷ ୟୁଜର୍ସ ଯୋଡ଼ିହୋଇସାରିଛନ୍ତି। ରି-ଏଲରେ ପୁରୁଣାଗାଡ଼ି କିଣାବିକା କରିବା ସହ ଲେକାର୍ଟ ମାଧ୍ୟମରେ ଅନ୍‌ଲାଇନରେ ସ୍ପେୟାର୍‌ ପାର୍ଟସ୍‌ କିଣିପାରିବେ।

Share