Categories: ଜାତୀୟ

ଏଏପିରୁ ଇସ୍ତଫା ଦେଲେ ଅଶୋକ ତନୱାର

ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟି (ଏଏପି) ନେତା ଅଶୋକ ତନୱାର ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରେ ଯୋଗଦେବା କାରଣରୁ ଦଳ ଛାଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଲେଖିଥିବା ଚିଠିରେ ତନୱାର କହିଛନ୍ତି।
ତନୱାର କହିଛନ୍ତି, ଦେଶର ଜଣେ ଦାୟିତ୍ୱବାନ ନାଗରିକ ତଥା ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ସର୍ବଦା ସମ୍ବିଧାନରେ ବିଶ୍ୱାସ କରିଆସୁଛି। ଏଭଳି ପରିସ୍ଥିତିରେ ମୋ ପାଇଁ ଦେଶ ଏବଂ ଏହାର ଲୋକମାନେ ପ୍ରଥମେ ଆସନ୍ତି। ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ କଂଗ୍ରେସ ସହିତ ଏଏପି ମେଣ୍ଟକୁ ଦୃଷ୍ଟିରେ ରଖି ମୋର ନୈତିକତା ମୋତେ ହରିୟାଣାର ନିର୍ବାଚନ ପ୍ରଚାର କମିଟିର ଚେୟାରମ୍ୟାନ ପଦରେ ଜାରି ରଖିବାକୁ ଦେଇ ନାହିଁ। ଦୟାକରି ଦଳର ପ୍ରାଥମିକ ସଦସ୍ୟତା ଏବଂ ଅନ୍ୟାନ୍ୟ ଦାୟିତ୍ୱରୁ ମୋର ଇସ୍ତଫା ଗ୍ରହଣ କରନ୍ତୁ।

 

Share