ଆଶ୍ରମ-୪’ ଟିଜର ରିଲିଜ

ଆଶ୍ରମ’ର ସିଜନ-୩ ଓଟିଟି ପ୍ଲାଟଫର୍ମ ‘ଏମ୍‌ଏକ୍ସ ପ୍ଲେୟାର’ରେ ସିଜିନ-୩ର ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସିଜିନ-୪ର ଟିଜର ଶୁକ୍ରବାର ଦିନ ରିଲିଜ ହୋଇଛି। ଏହି ୱେବ ସିରିଜ୍‌ରେ ବବି ଦେଓଲ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବବି ଏଥିରେ ଭଣ୍ଡ ବାବା ଭୂମିକାରେ ତାଙ୍କ ଅଭିନୟ ଜାଦୁ ଦେଖାଇଛନ୍ତି। ଏହି ସିରିଜର ନାମ ଅଫିସିଆଲି ଭାବେ ‘ଏକ ବଦନାମ ଆଶ୍ରମ’ ରଖାଯାଇଛି । ଟିଜରକୁ ବବି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ବାବା ଅନ୍ତରୟାମି, ସେ ତୁମର ମନର କଥା ଜାଣନ୍ତି । ତେଣୁ, ‘ଆଶ୍ରମ ୩’ର ଏପିସୋଡ ସହିତ,’ ଆଶ୍ରମ-୪’ର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

Share