ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୃତ୍ୟ

ରାଇକିଆ, ୫।୪(ପ୍ରଦୀପ ବେହେରା )-କନ୍ଧମାଳ ଜିଲା ରାଇକିଆ ପଞ୍ଚଦଣ୍ଡ ପରିଚାଳନା କମଟି ଆନୁକୁଲ୍ୟରେ ଗୁରବାର ଅଷ୍ଟମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ପଞ୍ଚଦଣ୍ଡ କମିଟିର ୨୬ ବର୍ଷ ପୂର୍ତ୍ତି ଅବସରରେ ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରଣ କରାଯାଇଥିବା ଆଠ ଗୋଟି ଦଣ୍ଡ ନୃତ୍ୟଦଳ ଭାଗ ନେଇଥିଲେ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମସ୍ତ ଦଣ୍ଡ ନୃତ୍ୟ ଦଳଙ୍କୁ ବରଣ କରଯାଇଥିଲା । ଅପରାହ୍ନରେ ଧୂଳି ଦଣ୍ଡ, ନଈ କୂଳରେ ପାଣି ଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସନ୍ଧ୍ୟାରେ ଦୁର୍ଗା ମଣ୍ଡପ ସମ୍ମୁଖରେ ଅଷ୍ଟ ଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଥିଲା । ପାଟ ଢୋଲ, ପାଟ ଭୁକ୍ତା, ଅଧିକାରୀ, ବିଣାକାରଙ୍କର ମିଳନ ହୋଇଥିଲା। ଦଣ୍ଡୁଆମାନେ ବଜାର ପରିକ୍ରମା କରି ନିଜ ଆଶ୍ରୟସ୍ଥଳକୁ ଫେରିଥିଲେ। ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ପେଟ୍ରୋଲିଂ କଡାକଡି କରାଯିବା ସହ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା। ସଭାପତି ସନ୍ତୋଷ ଲେଙ୍କା, ସମ୍ପାଦକ ମନ ମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, ଉପସଭାପତି ବିଭୁ ଦତ୍ତ ବେହେରା, ସନ୍ତୋଷ କୁମାର ପଣ୍ଡା, ଶ୍ରୀନିବାସ ଆଚାରୀ, ଅରବିନ୍ଦ ଲେଙ୍କା, ସହ ସଂପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ଚିଣ୍ଟୁ ପାଣିଗ୍ରାହୀ, ସନ୍ତୋଷ ପାତ୍ର, ରାଜ ମୋହନ ଦିଗାଲଙ୍କ ସମେତ ଉପଦେଷ୍ଟା ଦୁର୍ଯ୍ୟୋଧନ ଲେଙ୍କା, ସତ୍ୟବାନ ପାତ୍ର, ସୁଶିଲ ତ୍ରିପାଠୀ, ଅଭିମନ୍ୟୁ ନାୟକ, ନାରାୟଣ ପାତ୍ର, ଅଭିିମନ୍ୟୁ ପଣ୍ଡା ଏବଂ କମିଟି ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଭଗବାନ ପାତ୍ର ଓ କୃଷ୍ଣଚନ୍ଦ୍ର ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ୫ ଛାତ୍ରୀଛାତ୍ରଙ୍କ ସମେତ ୧୦ ଆହତ

ଛତ୍ରପୁର,୨୩।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ଉଜଳେଶରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ବୁଧବାର ଏକ ଦୁର୍ଘଟଣା ହୋଇଛି। ସ୍କୁଲ ଖରା ଛୁଟି ହୋଇଯିବା ପରେ...

ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ୨ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ବୁଧବାର ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ଏକ ସଫଳତା ମିଳିଛି। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ...

ଉଦଳାରୁ ୱେଷ୍ଟ ବେଙ୍ଗଲ କାଠ ଚାଲାଣ : ମାଡ଼ିବସିଲା ବନ ବିଭାଗ

ଉଦଳା,୨୩।୪ (ସନ୍ତୋଷ କୁମାର ବାଛିନି): ବନ ବିଭାଗକୁ ବୋକା ବନାଇ ସମସ୍ତଙ୍କ ସାମ୍ନାରେ କରୁଥିଲେ ଲୁଟ୍‌। ଗୋଟିଏ ଜାଗା ପାଇଁ ପୁରୁଣା ଅନୁମତି ପତ୍ର ଥିବା...

+୩ ପରୀକ୍ଷା ଫଳ ପ୍ରକାଶ, ଟପ ଟେନ ତାଲିକାର ୨ୟ ସ୍ଥାନରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ

ବୁଗୁଡ଼ା,୨୩।୪,(କାଳିଚରଣଦାଶ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ +୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ବୁଗୁଡ଼ା ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶିବାନୀ...

ବିଭିନ୍ନ ଦାବି ନେଇ କ୍ଷେତ ମଜଦୁର ସଙ୍ଘର ବିକ୍ଷୋଭ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ ): ଓଡ଼ିଶା କ୍ଷେତ ମଜଦୁର ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ବ୍ଲକ ମୁଖ୍ୟ ଫାଟକ ସମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏ...

ଖର୍ଚ୍ଚ କଲେ ଧନ ବଢ଼ିବ; ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବଡ଼ ଅଭିଯୋଗ ଆଣିଲେ ପରିବାର ଲୋକେ

ଦିଗପହଣ୍ଡି,୨୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିି ପଞ୍ଚାୟତ ବିରି ବାଡ଼ିଆ ଗ୍ରାମର ଚିତ୍ରସେନ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଖବରପାଇ ବୁଧବାର...

ବ୍ୟାଙ୍କ ସ୍ଥାନାନ୍ତରକୁ ଲୋକଙ୍କ ବିରୋଧ: ରାସ୍ତାରୋକୋ କଲେ ଉପଭୋକ୍ତା

ଭଦ୍ରକ, ୨୩।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ବଜାରରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଶାଖା ସ୍ଥାନାନ୍ତରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image