ଅଭିନେତା ଆଶୁତୋଷ ରାଣା ହେଲେ କରୋନା ଆକ୍ରାନ୍ତ: ଗତ ସପ୍ତାହରେ ନେଇଥିଲେ ଟିକା

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଆଶୁତୋଷ ରାଣା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏକ ସପ୍ତାହ ପୂର୍ବରୁ ସେ କରୋନା ଟିକା ନେଇଥିଲେ। ଏ ନେଇ ନିଜେ ଆଶୁତୋଷ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ନିଜର ଏକ ହସୁଥିବା ଫଟୋ ଶେୟାର କରି ଏକ ଲମ୍ବା କ୍ୟାପଶନ ଲେଖିଛନ୍ତି। ଆଶୁତୋଷଙ୍କ ଏହି ପୋଷ୍ଟ ଶୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

Share