Advertisement
Categories: ଖେଳ

ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ: ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ଧୂଳି ଚଟେଇଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖପାଟନମ,୨୪/୩:ଆଇପିଏଲ୍ ,୨୦୨୫ ରେ ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲା । ବିଶାଖପାଟନମରେ ଖେଳାଯାଇଥିବା ସିଜିନର ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୯ ରନ୍ ସ୍କୋର କରିଥିଲେ। ଦଳ ତରଫରୁ ନିକୋଲାସ ପୁରନ ଏବଂ ମିଚେଲ ମାର୍ଶ ଚମତ୍କାର ବ୍ୟାଟିଂ କରିଥିଲେ। ଏହା ପରେ ମାତ୍ର ୭ ରନ୍ ରେ ୩ ଉଇକେଟ୍ ଏବଂ ୬୫ ରନ୍ ରେ ୫ ଉଇକେଟ୍ ହରାଇଥିବା ଦିଲ୍ଲୀ ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଶେଷ ଓଭରରେ ମାତ୍ର ୧ ଉଇକେଟରେ ମ୍ୟାଚ୍ ଜିତିଥିଲା।

ଦିଲ୍ଲୀ ଏକଦା ସଙ୍କଟ ସମୟ ଦେଇ ଗତି କରୁଥିଲେ ହେଁ ଆଶୁତୋଷଙ୍କ ଅପରାଜିତ ୬୬ ରନ ବଳରେ ୧୯.୩ ଓଭରରେ ୯ ଉଇକେଟ ହରାଇ ୨୧୧ ରନରେ ପହଞ୍ଚତ୍ ଯାଇଥିଲା। ୩୧ଟି ବଲ୍‍ର ସମ୍ମୁଖୀନ ହୋଇଥିବା ଆଶୁତୋଷ ନିଜ ଇନିଂସ ମଧ୍ୟରେ ୫ଟି ଲେଖାଏ ଚୌକା ଓ ଛକା ମାରି ମ୍ୟାଚ ବିଜେତା ସାବ୍ୟସ୍ତ ହୋଇଥିଲେ। ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଭିପ୍ରଜ ନିଗମ ୩୯, ଟ୍ରିଷ୍ଟନ ଷ୍ଟବ୍ସ ୩୪ ରନ କରିଥିଲେ। ଦିଲ୍ଲୀ ୧୧୩ ରନ ମଧ୍ୟରେ ୬ ଉଇକେଟ ହରାଇଥିବାବେଳେ ଆଶୁତୋଷ ଓ ଭିପ୍ରଜ ୭ମ ଉଇକେଟରେ ୨୨ ବଲ୍‍ରୁ ୫୫ ରନ ଯୋଗକରି ମୋମେଣ୍ଟମ ବଦଳାଇ ଦେଇଥିଲେ। ଲକ୍ଷ୍ନୌ ପକ୍ଷରୁ ଶାର୍ଦ୍ଦୂଳ ଠାକୁର, ମନିମାରାନ ସିଦ୍ଧାର୍ଥ, ଦିଗଭେଶ ରାଠି ଓ ରବି ବିଷ୍ଣୋଇ ୨ଟି ଲେଖାଏ ଉଇକେଟ ନେଇଥିଲେ।

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିସ୍ଫୋରକ ଆରମ୍ଭ କରିଥିଲା। ଓପନିଂ ଯୋଡ଼ିରେ ୨୮ ବଲ୍‍ରୁ ୪୬ ରନ ସଂଗ୍ରହ କରି ଦଳପାଇଁ ବଡ଼ ସ୍କୋରର ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ ଏଡେନ ମାରକ୍ରମ ଓ ମିଚେଲ ମାର୍ଶ। ମାରକ୍ରମ ଯଦିଓ ୧୫ ରନ କରି ଆଉଟ ହୋଇଥିଲେ ତେବେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖତ୍ ମାର୍ଶ ଓ ପୁରନ ଦ୍ୱିତୀୟ ଉଇକେଟରେ ୮୭ ରନର ଭାଗୀଦାରି ଗଢ଼ିଥିଲେ। ମାର୍ଶ ୭୨ (୩୬ ବଲ, ୬ ଚୌକା, ୬ ଛକା) ଏବଂ ପୁରନ ୭୫ (୩୦ ବଲ, ୬ ଚୌକା, ୭ ଛକା) ରନରେ ଆଉଟ ହେବା ସହ ଲକ୍ଷ୍ନୌ ମୋମେଣ୍ଟମ ହରାଇଥିଲା। ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧତ୍କ ୩ଟି, କୁଲଦୀପ ଯାଦବ ୨ଟି ଏବଂ ଭିପରାଜ ନିଗମ ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।