Advertisement
Categories: ଖେଳ

Ashutosh Sharmaଙ୍କ ଖୁସି ହେଲା ଦୁଇଗୁଣା, ମେଣ୍ଟର Shikhar Dhawan ଭିଡିଓ କଲ କରି କହିଲେ…

ନୂଆଦିଲ୍ଲୀ,୨୫।୩: ସୋମବାର ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଗୋଟିଏ ୱିକେଟରେ ପରାସ୍ତ କରିଛି। ଗୋଟିଏ ପ୍ରକାରେ, ଦିଲ୍ଲୀ ଲକ୍ଷ୍ନୌର ହାତରୁ ବିଜୟ ଛଡ଼ାଇ ନେଇଥିଲା। ଏହାର ମୁଖ୍ୟ କାରଣ ଥିଲେ ଆଶୁତୋଷ ଶର୍ମା, ଯିଏ ୬୬ ରନର ଏକ ଅପରାଜିତ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ।
ଦିଲ୍ଲୀ ୨୧୦ ରନର ଟାର୍ଗେଟକୁ ପିଛା କରୁଥିଲା ଏବଂ ୬୫ ରନରେ ପାଞ୍ଚଟି ୱିକେଟ ହରାଇଥିଲା। ତା’ପରେ ଆଶୁତୋଷ ଶର୍ମା, ବିପରାଜ ନିଗମ (୩୧)ଙ୍କ ସହ ମିଶି ଦାୟିତ୍ୱ ଗ୍ରହଣ କଲେ ଏବଂ ଅସମ୍ଭବକୁ ସମ୍ଭବ କଲେ। ଆଶୁତୋଷଙ୍କ ଇନିଂସ ଆଧାରରେ, ଦିଲ୍ଲୀ ତିନି ବଲ ବାକି ଥାଇ ଗୋଟିଏ ୱିକେଟରେ ମ୍ୟାଚ ଜିତି ନେଇଥିଲା।
ଆଶୁତୋଷ ବର୍ମା ମାତ୍ର ୩୧ବଲରେ ପାଞ୍ଚଟି ଚୌକା ଏବଂ ପାଞ୍ଚଟି ଛକା ସହାୟତାରେ ଅପରାଜିତ ୬୬ରନ କରିଥିଲେ। ଏହି ଚମତ୍କାର ଇନିଂସ ପାଇଁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ମନୋନୀତ କରାଯାଇଥିଲା। ୨୬ ବର୍ଷୀୟ ଆଶୁତୋଷ ଶର୍ମା ତାଙ୍କର ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମାର୍ଗଦର୍ଶକ ଶିଖର ଧାୱନଙ୍କୁ ଉତ୍ସର୍ଗ କରିଛନ୍ତି। ମ୍ୟାଚ ପରେ ଆଶୁତୋଷ କହିଥିଲେ, ‘ମୁଁ ମୋର ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମୋର ଗୁରୁ ଶିଖର ପାଜୀଙ୍କୁ ଉତ୍ସର୍ଗ କରୁଛି।’
ଯେତେବେଳେ ଆଶୁତୋଷ ଶର୍ମା ଡ୍ରେସିଂ ରୁମକୁ ଫେରିଲେ, ତାଙ୍କର ଉତ୍ସବର କାରଣ ଦ୍ୱିଗୁଣିତ ହୋଇଗଲା। କାରଣ ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ଏକ ଭିଡିଓ କଲ ମାଧ୍ୟମରେ ଯୁବ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଏକ କ୍ଲିପ ଶେୟାର କରିଛି ଯେଉଁଥିରେ ଆଶୁତୋଷ କହୁଥିବାର ଦେଖାଯାଇଛି, ‘ଶିଖର ଧାୱନ ବହୁତ ଖୁସି।’ ଲଭ ୟୁ ପାଜି।
ଏଥିରେ ଶିଖର ଧାୱନଙ୍କ ସ୍ବର ଶୁଣାଯାଇ ନଥିଲା, କିନ୍ତୁ ଜାଣିବାକୁ ମିଳିଛି ଯେ ‘ଗବ୍ବର’ ଆଶୁତୋଷଙ୍କୁ ଏକ ମହାନ ଇନିଂସ ଖେଳିବା ଏବଂ ସିଜିନରେ ଏକ ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel