ରିଲେସନଶିପକୁ ଅଫିସିଆଲ କଲେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ରିଲେସନଶିପୁକ ନେଇ ଚର୍ଚ୍ଚା ହେଉଛି । ବଲିଉଡର କ୍ୟୁଟ କପୁଲଙ୍କ ମଧ୍ୟରେ ଏମାନେ ଅନ୍ୟତମ ବୋଲି କୁହାଯାଏ । ଅନେକ ସମୟରେ ଏହି ଲଭ ବାର୍ଡଙ୍କୁ ଡିନର ଡେଟରେ ସ୍ପଟ କରାଯାଉଥିଲେ ବି ଏମାନେ ରିଲେସନଶିପକୁ ଅଫିସିଆଲ କରିନାହାନ୍ତି । ନିକଟରେ ବଲିଉଡ ନିର୍ମାତା ତଥା କଳାକାର ଅଶ୍ୱିନି ୟାର୍ଡିଙ୍କ ବାର୍ଥଡେ ବ୍ୟାଶରେ ଏମାନଙ୍କୁ ଦେଖିବାକୁ ମିଳିଥିଲା । ଏମାନଙ୍କୁ ଦେଖି ଲାଗୁଥିଲା କି ଏମାନେ ଯେମିତି ପରସ୍ପର ମଧ୍ୟରେ ଥିବା ରିଲେସନଶିପକୁ ଅଫିସିଆଲ କରିବାକୁ ଚାହୁଁଛନ୍ତି । ଏକଥା ଏମାନଙ୍କ ପ୍ରଶଂସକ କହୁଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ ସିଦ୍ଧାର୍ଥ-କିଆରା ଏକାଠି ସ୍ପଟ ହୋଇଛନ୍ତି । ଏହାପୂର୍ବରୁ ବହୁବାର ଏମାନଙ୍କୁ ସ୍ପଟ କରାଯାଇଛି । ତେବେ ଅଶ୍ୱିନିଙ୍କ ବାର୍ଥ ଡେ ବ୍ୟାଶରେ ସିଦ୍ଧାର୍ଥ-କିଆରା ଗୋଟିଏ ଗାଡିରୁ ଓହ୍ଲାଉଥିବା ଏକ ଭିଡିଓରେ ଦେଖାଯାଇଛି । କେବଳ ସେତିକି ନୁହେଁ ଉଭୟ ପରସ୍ପରର ହାତକୁ ଛନ୍ଦି ଧରି ଫଟୋ ପୋଜ ଦେଉଥିବା ବି ଦେଖାଯାଇଛି । ଭିଡିଓଟି ଶେୟାର ହେବା ପରେ ଏମାନଙ୍କ ପ୍ରଶଂସକ କହିଛନ୍ତି ସିଦ୍ଧାର୍ଥ-କିଆରା ବୋଧହୁଏ ସେମାନଙ୍କ ରିଲେସନଶିପକୁ ଅଫିସିଆଲ କରିବାକୁ ଚାହୁଁଛନ୍ତି ।

Share