ଦୁବାଇ,୯।୩: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ୪ମ ମ୍ୟାଚ୍ ବିଶିଷ୍ଟ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଦମ୍ଦାର ବୋଲିଂ ସହ ବ୍ୟାଟିଂ ଯୋଗୁ ଦଳ ସିରିଜ୍କୁ ୩-୧ରେ ଜିତିନେଇଥିଲା। ଏଥିପାଇଁ ତାଙ୍କୁ ମଙ୍ଗଳବାର ଆଇସିସି ପକ୍ଷରୁ ଫେବୃୟାରୀ ମାସର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଛି।
ଆଇସିସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଅଶ୍ୱିନ ଏହି ସମୟରେ ୩ ଟେଷ୍ଟ ମ୍ୟାଚ୍ ଖେଳି ୨୪ ଉଇକେଟ ନେଇଛନ୍ତି। ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚ୍ର ଦ୍ୱିତୀୟ ପାଳିରେ ୧୦୬ରନ୍ ଯୋଗଦାନ ଦେଇ ଶୃଙ୍ଖଳା ଜିତିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ମୋଟ୍ ୧୭୬ରନ୍ କରିଥିଲେ। ଏହାଛଡ଼ା ଅହମ୍ମଦାବାଦ ଟେଷ୍ଟରେ ସେ ୪୦୦ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି।