Categories: ଖେଳ

ଦ୍ୱିତୀୟ ଭାରତୀୟ ଭାବେ ଏମିତି କାରନାମା କଲେ ଅଶ୍ୱିନ

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ରବି ଅଶ୍ୱିନ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମ ବର୍ତ୍ତମାନ ୭୧୨ ଉଇକେଟ ନେଇଛି। ଏହି ରେକର୍ଡ ତାଲିକାରେ ଅନିଲ କୁମ୍ବଲେ (୯୫୬ ଉଇକେଟ) ପ୍ରଥମ ସ୍ଥାନରେ ଅଛନ୍ତି। ଅଶ୍ୱିନ ହରଭଜନ ସିଂ (୭୧୧ ଉଇକେଟ)ଙ୍କୁ ପଛରେ ପକାଇଛନ୍ତି।
ଅଶ୍ୱିନ ତାଙ୍କ କ୍ୟାରିୟରରେ ୯୩ଟି ଟେଷ୍ଟ ଖେଳିଛନ୍ତି। ସେ ୧୭୬ ଇନିଂସବୋଲିଂ କରି ହାରାହାରି ୨୩.୬୧ରେ ୪୮୬ ଉଇକେଟ ନେଇଛନ୍ତି। ନଭେମ୍ବର ୨୦୧୧ରେ ଅଶ୍ୱିନ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ଏବଂ ବ୍ୟାଟିଂରେ ସେ ହାରାହାରି ୨୬.୯୭ରେ ୧୩୧ ଇନିଂସରେ ୩୧୨୯ ରନ ସଂଗ୍ରହ କରିଛନ୍ତି। ଏଥିରେ ୫ ଶତକ ଏବଂ ୧୩ ଅର୍ଦ୍ଧଶତକ ସାମିଲ ଅଛି।

Share