Categories: ଖେଳ

ବାପାଙ୍କ ପରେ ପୁଅକୁ ଆଉଟ୍‌ କଲେ ଅଶ୍ୱିନ୍‌

ଡୋମିନିକା,୧୩।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ ଡୋମିନିକାରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ ମ୍ୟାଚରେ ଭଲ ଆରମ୍ଭ କରି ନ ଥିଲା ଏବଂ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଉଭୟ ଓପନଙ୍କୁ ପାଭିଲିୟନକୁ ପଠାଇଥିଲେ। ପ୍ରଥମ ଦିନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଦୁଇଟି ଉଇକେଟ ନେଇ ଅଶ୍ୱିନ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। ସେ ଟାଗେନାରିନ ଚନ୍ଦ୍ରପାଲଙ୍କୁ ଆଉଟ୍‌ କରି ଇତିହାସ ସୃଷ୍ଟି କରିଥିଲେ।
ଟାଗେନାରିନ କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶିବନାରିନ ଚନ୍ଦ୍ରପାଲଙ୍କ ପୁଅ। ଅଶ୍ୱିନ ମଧ୍ୟ ତାଙ୍କ ବିପକ୍ଷରେ ଖେଳିଛନ୍ତି ଏବଂ ତାଙ୍କୁ ଚାରିଥର ଆଉଟ୍‌ କରିଛନ୍ତି। ଅଶ୍ୱିନ ୨୦୧୧ ଏବଂ ୨୦୧୩ରେ ଆଠ ଇନିଂସରେ ଚାରିଥର ତାଙ୍କୁ ପାଲଭିଲିୟକୁ ପଠାଇଛନ୍ତି। ଅଶ୍ୱିନ ଏହା କରିବାରେ ଦୁନିଆର ପଞ୍ଚମ ଖେଳାଳି ଅଟନ୍ତି। ତାଙ୍କ ପୂର୍ବରୁ ଇଂଲଣ୍ଡର ଭେଟେରାନ ଅଲରାଉଣ୍ଡର ଇୟାନ ବୋଥାମ, ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ, ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ଦକ୍ଷିଣ ଆଫ୍ରିକାର ସିମୋନ ହାର୍ମର ଏପରି କରିଛନ୍ତି।

Share