Categories: ଖେଳ

ଦ୍ରାବିଡଙ୍କ ସମର୍ଥନରେ ବାହାରିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୦।୧୧: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ବିଶ୍ରାମକୁ ନେଇ କଡ଼ା ମନ୍ତବ୍ୟ ରଖିଥିଲେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ। ଏବେ ଏହି ମାମଲାରେ ରାହୁଲଙ୍କ ସପକ୍ଷରେ ବାହାରିଛନ୍ତି ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ।

ଅଶ୍ୱିନ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ଭିଭିଏସ୍‌ ଲକ୍ଷ୍ମଣ ନ୍ୟୁଜିଲାଣ୍ଡ ଯାଇଛନ୍ତି। ତାଙ୍କ ସହ ସମ୍ପୂର୍ଣ୍ଣ ଭିନ୍ନ ଟିମ୍‌ ଯାଇଛି। ଦ୍ରାବିଡ ଏବଂ ତାଙ୍କ ଟିମ୍‌ ବିଶ୍ୱକପ୍‌ ପୂର୍ବରୁ ଏବଂ ସମୟରେ ବହୁତ ପରିଶ୍ରମ କରିଛନ୍ତି। ମୁଁ ଅତି ନିକଟରୁ ସବୁ ଦେଖିଛି। ତାଙ୍କ ପାଖରେ ସମସ୍ତ ଟିମ୍‌, ସମସ୍ତ ସ୍ଥାନ ଲାଗି ଯୋଜନା ରହୁଥିଲା। ଏମିତିରେ ଜଣେ ମାନସିକ ସହ ଶାରୀରିକ ଭାବେ ଥକ୍କି ଯିବା ସ୍ବାଭାବିକ। ଏଣୁ ବ୍ରେକ୍‌ ନେବା ଜରୁରୀ। କାରଣ ନ୍ୟୁଜିଲାଣ୍ଡ ସିରିଜ ପରେ ଆମକୁ ବାଲାଂଦେଶ ଗସ୍ତରେ ଯିବାକୁ ହେବ। ଏମିତିରେ ସେଠାରେ ପୁରା ଟିମ୍‌ ରହିବ। ଏଥିଲାଗି ନ୍ୟୁଜିଲାଣ୍ଡକୁ ଲକ୍ଷ୍ମଣଙ୍କ ଟିମ୍‌ ଯାଇଛି ବୋଲି ସେ କହିଛନ୍ତି।

କହିରଖୁଛୁ, ଦ୍ରାବିଡଙ୍କୁ ନେଇ ଶାସ୍ତ୍ରୀ କହିଥିଲେ ଯେ ସେ ବ୍ରେକ୍‌ ନେବାରେ ବିଶ୍ୱାସ କରନ୍ତି ନାହିଁ। ଆଇପିଏଲ୍‌ ବେଳେ ସେମିତିରେ ୨ରୁ ୩ ମାସ ମିଳିଥାଏ। ଏଣୁ ଆଉ ଅଧିକ ବ୍ରେକ୍‌ ନେବା କ’ଣ ଜରୁରୀ। ଏକ କୋଚ୍‌ ପାଇଁ ସେତିକି ବ୍ରେକ୍‌ ଯଥେଷ୍ଟ ବୋଲି ସେ କହିଥିଲେ।

Share