ଚେନ୍ନାଇ, ୧୫।୨ : ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୫ ଉଇକେଟ ନେବା ସହ ଶତକୀୟ ଇନିଂସ ଖେଳିଛନ୍ତି। କ୍ୟାରିୟରରେ ତୃତୀୟ ଥର ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ୍ରେ ଉଭୟ ବ୍ୟାଟ ଓ ବଲରେ ଶୀର୍ଷ ସଫଳତା ପାଇଛନ୍ତି ୩୪ ବର୍ଷୀୟ ଅଶ୍ୱିନ। ଏଥିସହ ଏହି ଭାରତୀୟ ଭେଟେରାନ ବିଶ୍ୱ କ୍ରିକେଟର ମହାନ ଅଲରାଉଣ୍ଡର ଗ୍ୟାରି ସୋବର୍ସ, ମୁସ୍ତାକ ଅହମ୍ମଦ, ଜ୍ୟାକ୍ସ କ୍ୟାଲିସ ଓ ଶାକିବ ଅଲ ହସନଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଖେଳାଳିମାନେ ସେମାନଙ୍କ କ୍ୟାରିୟରରେ ଦୁଇ ଥର ଲେଖା ଏହି ସଫଳତା ହାସଲ କରିଥିଲେ।
ତେବେ ଏହି ତାଲିକାରେ ଶୀର୍ଷରେ ଅଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଇଆନ ବୋଥାମ। ୧୦୨ ମ୍ୟାଚ୍ ଖେଳିଥିବା ବୋଥାମ କ୍ୟାରିୟରରେ ୫ ଥର ଉଭୟ ବ୍ୟାଟ ଓ ବଲରେ ଶୀର୍ଷ ସଫଳତା ପାଇଥିଲେ।